ଜଗନ୍ନାଥ ମନ୍ଦିର ରେ ପ୍ରତିଷ୍ଠା ଉତ୍ସବ ଓ ଅକ୍ଷିତୃତୀୟା ପାଳିତ

0
170
ପାଳିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୪/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଜଗନ୍ନାଥ ମନ୍ଦିରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଅକ୍ଷିତୃତୀୟା ପାଳିତ ହୋଇଛି ।

ଏ ଅବସରରେ ପୂଜକ ନରସିଂହ ନାଥ ତ୍ରିପାଠୀ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ସହ ହୋମଯଜ୍ଞ କରିଥିଲେ ।ଅକ୍ଷିତୃତୀୟା ଅବସରରେ ରଥ ଖଳାରେ ଅଖକୁ ପୂଜା ପାଠ କରିଥିଲେ । ଏ ଅବସରରେ ମନ୍ଦିର କମିଟି ପକ୍ଷରୁ ପ୍ରାୟ ଏକ ହଜାର ଜଗନ୍ନାଥ ପ୍ରେମୀଙ୍କୁ ଅର୍ଣ୍ଣଭୋଗ ବଣ୍ଟନ କରିଥିବା ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ କହିଛନ୍ତି । ଏଥିରେ ବ୍ଲକର ବ୍ରାହ୍ମଣ ସଂଘର ସମସ୍ତ ବ୍ରାହ୍ମଣ ଦେବତା ଓ ପରିଚାଳନା କମିଟିର ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।