ପବିତ୍ରଅକ୍ଷୟ ତୃତୀୟା ଉପଲକ୍ଷେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ

0
231
ପବିତ୍ରଅକ୍ଷୟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୩/୪) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ ପବିତ୍ରଅକ୍ଷୟ ତୃତୀୟା ଅବସରରେ ସରକାରୀ କୃଷି ଫାର୍ମ ଠାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି ।WhatsApp Image 2023 04 24 at 07.23.08 ପବିତ୍ରଅକ୍ଷୟ ତୃତୀୟା ଉପଲକ୍ଷେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ

ଏଥିରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଭୀମ ସେନ ଶବର ଯୋଗଦେଇ ପବିତ୍ରଅକ୍ଷୟ ତୃତୀୟା ଉପଲକ୍ଷେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଡି ଡି ହେଚ ପତିତପାବନ ସାମନ୍ତରାୟ, ବିଡ଼ିଓ ସୁନୀଲ ଖରା, କୃଷି ବିଶେଷଜ୍ଞ ରାଜୀବ ଟୁଡୁ, ନାରାୟଣପୁର ସରପଞ୍ଚ ଶିତାରାମ କାଡ୍ରାକା, ଭୂମି ମାଧବ ରାଓ, ଆଦିବାସୀ ଉନ୍ନୟନ ପରିଷଦ ଜିଲ୍ଲା ଉପ ସଭାପତି ବନମାଳୀ କାଡ୍ରାକା ସମ୍ମାନନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ । ଆଜି ଅକ୍ଷୟ ତୃତୀୟା ଅବସରରେ ସରକାରୀ କୃଷି ଫାର୍ମ ପରିସରରେ ଭୂମି ପୂଜନ, ହଳ କରିବା ପରେ ବିହନ ବୁଣା ଯାଇଥିଲା । ଏହାପରେ କଲ୍ୟାଣି ମଣ୍ଡପରେ ବୈଠକ କରାଯାଇଛି । ଏଥିରେ ଦୁଇଜଣ ଚାଷୀ ରାମ ବାବୁ ଓ ମାଣ୍ଡିପଦରର କୃଷ୍ଣ। ହିମିରିକା ଙ୍କୁ ଉତ୍ତମ ଚାଷୀ ଭାବରେ ସମ୍ମାନୀତ କରିଥିଲେ ।WhatsApp Image 2023 04 24 at 07.24.19 1 ପବିତ୍ରଅକ୍ଷୟ ତୃତୀୟା ଉପଲକ୍ଷେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ

ଏଥିରେ କେଉଁ ପ୍ରକାର ଚାଷ କଲେ ଚାଷୀ ଅଧିକ ଲାଭବାନ ହୋଇପାରିବ, ଉନ୍ନତ ମାନର ବିଷୟରେ ଆଲୋଚନା କରିଥିଲେ । କୃଷି ବିଭାଗ, ଜଳଛାୟା ପ୍ରକଳ୍ପ, ହଟିକଲଚର, ସହିଲକଞ୍ଜରବେଶନ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଜମିରେ ହଳ ଉପଜିଲ୍ଲାପାଳ ବୁଲାଇବା ବେଳେ ହଳ ଟାଣି ହୋଇ ଦୌଡି ଯାଉଥିବା ବେଳେ ଭାତପରସି ର ହଳ ମାଲିକ ପଡି ଯିବାରୁ ତା ଉପର ଦେଇ ଲଙ୍ଗଳ ସହିତ ହଳ ଚାଲିଯାଇଥିଲା । ଯାହା ଫଳରେ ହଳ ମାଲିକ ଗାଙ୍ଗାୟା କାଡ୍ରାକା ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଅବସ୍ଥା ଗୁରୁତର ରହିଥିବାରୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ଶେଷରେ ବ୍ଲକ କୃଷି ଅଧିକାରୀ ଜ୍ଞାନେନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚୟ ଓ ସଭା ସାଙ୍ଗକରି ଧନ୍ୟବାଦ ଦେଇଥିଲେ । ଏଥିରେ ମିଶନ ଶକ୍ତି ତରଫରୁ ଦୁଇ ଷ୍ଟଲ କରି ପଦର୍ଶନୀ କରିଥିଲେ ।