ଖଲ୍ଲିକୋଟ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରି ଜେଲ ଗଲେ ଟିଉସନ ସାର

0
155

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ,ଖଲ୍ଲିକୋଟ,(୨୪/୦୮) : ଖଲ୍ଲିକୋଟ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରାଯାଇଥିବା ଭେଜିପୁଟ ଫାଣ୍ତିରେ ଅଭିଯୋଗ ହେବାପରେ ଆଜି ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଗତ କାଲି ସକାଳେ ଖଲ୍ଲିକୋଟ ଥାନା ଅଞ୍ଚଳରେ ଭେଜିପୁଟ ଫାଣ୍ତି ଅଞ୍ଚଳର ଯୁବକ କାର୍ତ୍ତିକ ନାୟକ ପଡୋଶି ଘରର ଜଣେ ୭ ବର୍ଷର ଝିଅକୁ ପ୍ରଲୋଭନ ଦେଖାଇ ନିଜ ଘରକୁ ଡାକିଆଣି ଦୁଷ୍କର୍ମ କରିଥିବା ପିଡ଼ିତାଙ୍କ ପରିବାର ପକ୍ଷରୁ ଭେଜିପୁଟ ଫାଣ୍ତିରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ଖଲ୍ଲିକୋଟ ଥାନା କେସ ନମ୍ବର ୫୧୬/୨୦୨୧ ଆଧାରରେ ଭେଜିପୁଟ ଫାଣ୍ତି ଅଧିକାରୀ ମନୋଜ କୁମାର ପ୍ରଧାନ ତଦନ୍ତ କରି କାର୍ତ୍ତିକ ନାୟକଙ୍କୁ ଗିରଫ କରିବା ସହ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬ ଓ ପୋକ୍ସ ଆକ୍ଟ ଅନୁଯାୟୀ ଆଜି କୋର୍ଟ ଚାଲାଣ କରାଯାଇଥିବା ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ଅଭିଯୁକ୍ତ କାର୍ତ୍ତିକ ନାୟକ ଭେଜିପୁଟ ରେ ଟିଉସନ କରନ୍ତି ଓ ତାଙ୍କର ଟିଉସନ ରେ ପୀଡ଼ିତ ଶିଶୁ ଦ୍ୱିତୀୟ ଶ୍ରେଣୀ ରେ ପାଠ ପଢ଼ୁଥିବା ଜଣାପଡିଛି । ଟିଉସନ ସାର ଙ୍କ ଏଭଳି ରଙ୍ଗିଲା ମିଜାଜ କୁ ଲୋକେ ଛି ଛି କରୁଥିବା ବେଳେ ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।