ଓଡିଶା ର ପ୍ରଥମ ପ୍ରଧାନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଜୟନ୍ତୀ ପାଳିତ

0
139
ଓଡିଶା ର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୪) : ଓଡିଶାର ବରପୁତ୍ର ତଥା ନବ ଉତ୍କଳ ର ବିନ୍ଧାଣି ପାରଳା ବୀର ତଥା ଓଡିଶା ର ପ୍ରଥମ ପ୍ରଧାନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ୧୩୨ ତମ ଜୟନ୍ତୀ ଗଜପତି ଜିଲ୍ଲା ତଥା ଓଡିଶା ସ୍ତର ରେ ମହା ଆଡମ୍ବର ରେ ପାଳିତ ହେଉଛି ।

ଓଡିଶା ର ପ୍ରଥମ ପ୍ରଧାନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଜୟନ୍ତୀ ପାଳିତ । ଗଜପତି ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସୂଚନା ଭବନ ରେ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ ହେଉଛି । କାଶୀନଗର ବ୍ଲକର ଭାନ୍ନା ଉଚ୍ଚ ଇଂରେଜ ବିଦ୍ୟାଳୟ, ଗଜପତି ପାଠାଗାର, ବଂଶଧରା ପାଠାଗାରରେ ଏହି ଉତ୍ସବ ପାଳିତ ହେଉଛି । ପାରଳା ବୀର ଙ୍କ ଏକାନ୍ତ ଉଦ୍ୟମ, ଓଡିଶା ଭାଷା ପ୍ରେମୀ ଭାବେ ଜଣାଶୁଣା ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ତାଙ୍କର ତ୍ୟାଗ ବସଲସରର ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ଜନ୍ମ ନେଇଛି, ଏଣୁ ସେହି ମହା ବୀର ଙ୍କ ଜୟନ୍ତୀ ପାଳିବା କୁ ଆମ ପୁରୁଷ ତଥା ତାଙ୍କ ଦାୟାଦ ହିସାବ ରେ ଆମକୁ ସୁଯୋଗ ମିଳିଥିବାରୁ ମୁଁ ଗର୍ବ ମନେ କରୁଛି ବୋଲି ପୂର୍ବତନ ଆଇନଜୀବୀ ଶ୍ରୀ ଜଗଦୀଶ ପାତ୍ର କହିଛନ୍ତି ।