୩ ଦିନ ତଳେ ଏକ ବିବାହ ଉତ୍ସବକୁ ଆସି ନିଖୋଜ ଥିଲେ

0
86
୩ ଦିନ ତଳେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୬/୦୪) : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କୁକୁରପେଟା ଗ୍ରାମକୁ ୩ ଦିନ ତଳେ ଏକ ବିବାହ ଉତ୍ସବକୁ ଆସି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ବାଲିପଟ୍ଟା ତେଲିପୋଲ ନିକଟରୁ ଉଦ୍ଧାର ହୋଇଛି ।

ମୃତ ଯୁବକ ଜଣଙ୍କ ହେଲେ ଠାକୁରଗଡ ଥାନା ମଧୁକରଡାବାହାଳ ଗ୍ରାମର ଅମର ସାହୁ । ଠାକୁରଗଡ ଥାନା ମଧୁକରଡାବାହାଳ ଗ୍ରାମର ଅମର ସାହୁ ୩ ଦିନ ତଳେ ଛେଣ୍ତିପଦା ଥାନା କୁକୁରପେଟା ଗ୍ରାମକୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବିବାହ କର୍ଯ୍ୟରେ ଯୋଗ ଦେବାପାଇଁ ଆସିଥିଲେ । ତେବେ ସଂନ୍ଧ୍ୟା ପରେ ଅମରଙ୍କ କୌଣସି ପତା ମିଳିନଥିଲା । ଏ ନେଇ ସମ୍ପର୍କୀୟ ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନପାଇବାରୁ ଗତ କାଲି ସକାଳେ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଅମରଙ୍କ ମୃତଦେହ ଓ ବାଇକ୍ ବାଲିପଟ୍ଟା ତେଲିପୋଲ ନିକଟରୁ ଉଦ୍ଧାର ହୋଇଛି । ଛେଣ୍ତିପଦା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।