ଓଡ଼ିଶା ଉଠାଜଳସେଚନ ନିଗମ ଉପଦେଷ୍ଟାଙ୍କ ଉଠାଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିଦର୍ଶନ

0
84
ଓଡ଼ିଶା ଉଠାଜଳସେଚନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୬/୪) : ଆଜି ଓଡ଼ିଶା ଉଠାଜଳସେଚନ ନିଗମ ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ପାଢ଼ୀ, ଗୁଣପୁର ଉଠାଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିଦର୍ଶନ କରି ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ ।WhatsApp Image 2023 04 26 at 17.20.54 ଓଡ଼ିଶା ଉଠାଜଳସେଚନ ନିଗମ ଉପଦେଷ୍ଟାଙ୍କ ଉଠାଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିଦର୍ଶନ

ଓଡ଼ିଶା ଉଠାଜଳସେଚନ ନିଗମ ଉପଦେଷ୍ଟାଙ୍କ ଉଠାଜଳସେଚନ ବିଭାଜନ କାର୍ଯ୍ୟାଳୟ ଓ ପ୍ରକଳ୍ପ ପରିଦର୍ଶନ କରିଥିଲେ । ତତ୍ ପରେ ସ୍ଥାନୀୟ କୃଷି କାର୍ଯ୍ୟାଳୟର ସଭାଗୃହ ଠାରେ ଶ୍ରୀ ବିନୋଦ ଚନ୍ଦ୍ର ଦାଶ, ନିର୍ବାହୀ ଯନ୍ତ୍ରୀ ଉଠାଜଳସେଚନ ବିଭାଜନ, ଗୁଣପୁର, ଅନ୍ୟ ବିଭାଗୀୟ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀଯୁକ୍ତ ପାଢ଼ୀ ଅଧ୍ୟକ୍ଷତା କରି ରାୟଗଡ଼ା ଜିଲ୍ଲାରେ ଉଠାଜଳସେଚନ ବିଭାଗର ପ୍ରକଳ୍ପ ଗୁଡ଼ିକର ସ୍ଥିତି, କାର୍ଯ୍ୟକ୍ରମର ଅଗ୍ରଗତି ଓ ଆଗାମୀ ଯୋଜନା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାୟଗଡ଼ା, ଗୁମୁଡା, ଗୁଣପୁର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁରେଶ କୁମାର ଗମାଙ୍ଗ, ସମାଜସେବୀ ଶ୍ରୀ ଗଗନ ଆଚାର୍ଯ୍ୟ ଏବଂ ସ୍ଥାନୀୟ ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ଏହା ପରେ ନିକଟସ୍ଥ କତୁରୁ ଗ୍ରାମର ଉଠାଜଳସେଚନ ପ୍ରକଳ୍ପରେ ହୋଇଥିବା ଫୁଲ ଚାଷ, କଦଳୀ ଓ ପନିପରିବା ଚାଷ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ହିତାଧିକାରୀ ମାନଙ୍କ ସହ ଆଲୋଚନା କରି ଭଲମନ୍ଦ ଓ ସମସ୍ୟା ବୁଝିଥିଲେ । ଏହାପରେ ପୋଢସିଙ୍ଗ ଗ୍ରାମର ଉଠାଜଳସେଚନ ବିଭାଗ ଦ୍ଵାରା ସ୍ଥାପିତ ହୋଇଥିବା ଗଭୀର ନଳକୂପ ଗୁଡ଼ିକ ବୁଲି ଦେଖିଥିଲେ ଓ ଏ ସମ୍ବନ୍ଧରେ ହିତାଧିକାରୀ ସହ ଆଲୋଚନା କରିଥିଲେ ।