କେୟାର ନେତ୍ରମ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0
194
କେୟାର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା କଲ୍ୟାଣୀ ମଣ୍ଡପ ଠାରେ ସ୍ଥାନୀୟ ସରପଞ୍ଚ ଗୌତମ ବାରଲୀ ଙ୍କ ସହାୟତାରେ କେୟାର ନେତ୍ରମ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି ।WhatsApp Image 2023 04 28 at 06.12.34 କେୟାର ନେତ୍ରମ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଏଥିରେ ମୋଟ ୬୦ଜଣ ନାମ ପଞ୍ଜୀକୃତ କରିଥିବା ବେଳେ ସେଥିରେ ୮ଜଣ ବିଦ୍ୟାଳୟର ଛାତ୍ର ଛାତ୍ରୀ ରହିଛନ୍ତି । ଏହି ୮ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଦୁଇ ଜଣ ଙ୍କୁ ମାଗଣା ଚଷମା ଦେଇଥିବା ବେଳେ ଜଣେ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ କରିବାକୁ କହି ଥିଲେ । ଅନ୍ୟ ମାନଙ୍କୁ ଚିକିତ୍ସା କରି ଚଷାମା ଦେଇଥିଲେ । ବଜାର ମୂଲ୍ୟ ଠାରୁ କମରେ ବା ୨୦୦ଟଙ୍କା ରୁ ୪୫୦ ଟଙ୍କା ମୂଲ୍ୟ ନେଇ ଚଷାମା ଦେଇଛନ୍ତି । ଏଥିରେ ଭୁବନେଶ୍ୱର କେୟାର ନେତ୍ରମ ରୁ ସୁବଳ ମଲ, ରମ୍ଭା ନାୟକଲକ୍ଷ୍ମୀ ଭୋଇ, ଉତ୍କଳ ଗୌରବ ନାୟକ, ପାୟଲ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମ ବ୍ଲକର ୧୪ଦିନରେ ୧୪ଟି ପଞ୍ଚାୟତ ରେ ସରପଞ୍ଚଙ୍କ ସାହାଯ୍ୟରେ କରାଯିବ ବୋଲି କହିଛନ୍ତି ।