ଏସଆଇ ଙ୍କ ନାଁରେ ଅପହରଣ ଓ ହତ୍ୟା ଧମକ ଅଭିଯୋଗ

0
78
ଏସଆଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୨୮/୦୪) : ମୋହନା ଥାନା ଏସଆଇଙ୍କ ନାଁରେ ଅପହରଣ ଅଭିଯୋଗ । ଗଜପତି ମୋହନା ଥାନା ଏସଆଇ ଜୋସ୍ନା ରାଏଙ୍କ ନାଁରେ ଅପହରଣ ଓ ହତ୍ୟା ଧମକ ଅଭିଯୋଗ ।

ମୋହନା ଥାନା ମହିଳା ଏସଆଇ ଜୋସ୍ନା ରାଏ ଗୋଟିଏ ଗଞ୍ଜେଇ ଗାଡ଼ି ବାହାର କରିଦେବାକୁ କହି ନିଜ ସହଯୋଗୀ ପ୍ରଜ୍ଞାଙ୍କ ଦ୍ୱାରା ୫୦ ହଜାର ଦାବି କରିଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ୨୦ ହଜାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ପଇସା ନେଇ, ପରେ ଗାଡ଼ି ନ ବାହାର କରିଦେବାରୁ ପ୍ରେରିତ ମାଝୀ ମୋହନା ଥାନାର ପୂର୍ବତନ ଏସଆଇପ୍ରଶାନ୍ତ ନିଶିକାଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ । ୨୭ ମାର୍ଚ୍ଚରେ ଜୋସ୍ନା ରାଏ ନିଜ ଭୁଲ ସ୍ୱୀକାର କରି ଜୋସ୍ନା ରାଏ ପୂର୍ବତନ ଆଇଆଇସି ପ୍ରଶାନ୍ତ ନିଶିକାଙ୍କ ସମୁଖରେ ୨୦ ହଜାର ଟଙ୍କା ଫେରାଇବାକୁ ଚୁକ୍ତିନାମା ହୋଇଥିଲା । କିନ୍ତୁ ଏସଆଇ ଜୋସ୍ନାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇ ପାରଳାଖେମୁଣ୍ଡି ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ପରେ ଏସଆଇ ୨୭ ଏପ୍ରିଲ ସକାଳୁ କିଛି ବ୍ୟକ୍ତିଙ୍କୁ କହି ପ୍ରେରିତ ମାଝିଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ପ୍ରେରିତ ମାଝୀ ପୁଣି ଥରେ ମୋହନା ଥାନାରେ ତାଙ୍କୁ ଅପହରଣ ସହ ଧମକଚମକ ଦେଇଥିବା ନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।