ଓଡିଶା ଅମଲା ସଂଘର ୧୬ ତମ ତ୍ରୟୋବାର୍ଷିକ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

0
82
ଓଡିଶା ଅମଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୩୦/୦୪) : ଓଡିଶା ଅମଲା ସଂଘର ୧୬ ତମ ତ୍ରୟୋବାର୍ଷିକ ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଈଂଜ଼ୀନିଅରିଂ ଭବନ ଠାରେ ରାଜ୍ୟ ଅମଲା ସଂଘର ସଭାପତି ଶ୍ରୀଯୁକ୍ତ ନାରାୟଣ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଅଛି ।

ଓଡିଶା ଅମଲା ସଂଘର ୧୬ ତମ ତ୍ରୟୋବାର୍ଷିକ ରାଜ୍ୟ ସମ୍ମିଳନୀ ଉଦ୍ଘାଟନୀ ଉତ୍ସବରେ ମାନନୀୟ ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଉତ୍ସବ ଉଦ୍ଘାଟନ କରିଥିବା ବେଳେ ମାନ୍ୟବର ବିଧାୟିକା କବିସୂର୍ଯ୍ୟ ନଗର ଶ୍ରୀମତୀ ଲତିକା ପ୍ରଧାନ ଓ ମାନ୍ୟବର ବିଧାୟକ ଭୁବନେଶ୍ୱର ମଧ୍ୟଭାଗ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ ଏବଂ ଅନ୍ୟତମ ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ରାଜ୍ୟ ସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଶତ୍ରୁଘ୍ନ ପାଣିଗ୍ରାହୀ ଏବଂ ପ୍ରାକ୍ତନ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନରସିଂହ ଆଚରି ମହୋଦୟ, ରାଜ୍ୟ ଅଧ୍ୟକ୍ଷ ଅସିତ ବରଣ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ତରସିଆ, ସାଧାରଣ ସମ୍ପାଦକ ପ୍ରଶନ୍ନ କୁମାର ତ୍ରିପାଠୀ, ସଂଘଠନ ସମ୍ପାଦକ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଦାଶ ଓ ଗଣମାଧ୍ୟମ ସମ୍ପାଦକ ଶ୍ରୀଯୁକ୍ତ ଗୁରୁ ଗୋବିନ୍ଦ ଦଳାଇ, ପ୍ରଶାନ୍ତ ରାଉତରାୟ ପ୍ରମୁଖ ମଞ୍ଚାସିନ ଥିଲେ । ଉକ୍ତ ସମ୍ମିଳନୀ ରେ ରାଜ୍ୟର ତିରିଶ ଗୋଟି ଜିଲ୍ଲା ରୁ ସଭାପତି ଓ ସମ୍ପାଦକ ସମେତ ଏକ ହଜାରରୁ ଉର୍ଦ୍ଧ୍ଵ ଅମଲା ଉପସ୍ଥିତ ଥାଇ ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ ।

ମୁଖ୍ୟତଃ ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷା ଯୋଗ୍ୟତା ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ଅହେତୁକ ବିଳମ୍ବ ଏବଂ ବୈମାତୃକ ମନୋଭାବ ଯୋଗୁଁ ଉପସ୍ଥିତ କର୍ମ କର୍ତା ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ ଏବଂ ଅନ୍ୟ ପ୍ରମୁଖ ଦାବି ୬୭୧ ଉପ ଵିଭାଗୀୟ ଅଧିକାରୀ ଉଛେଦ କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଦୃଷ୍ଟି ଆକର୍ଷଣ କରା ଯାଈଥିଲା । ମାନ୍ୟବର ରାଜସ୍ୱ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଜିଲ୍ଲା ସ୍ତରୀୟ ଅମଲା ତୃଣମୂଳ ସ୍ଥରରେ ସରକାରଙ୍କର ସମସ୍ତ ଯୋଜନାକୁ ସଫଳ ରୂପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ଏବଂ ଉପରୋକ୍ତ ଦାବିଗୁଡିକ ଉପରେ ସରକାର ସଚେତନ ଅଛନ୍ତି ଏବଂ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଉଜ୍ଜ୍ଜାପନୀ ଦିବସରେ ସଂଘର ଖୋଲା ଅଧିବେଶନରେ ଅଂଶଗ୍ରହଣ କରି ସମସ୍ତ ଜିଲ୍ଲା ରୁ ଆସି ଥିବା ପର୍ଯ୍ୟବେକ୍ଷକ, ପ୍ରତିନିଧି, ସଭ୍ୟମାନଙ୍କ ଉପସ୍ଥିତିରେ ନିର୍ବାଚନ କମିଟି ଗଠନ କରା ଯାଇଥିଲା ଓ ସମସ୍ତ ଜିଲ୍ଲାର ସର୍ବସମ୍ମତି ନିଷ୍ପତ୍ତି ଓ ସହମତି କ୍ରମେ ଉପଦେଷ୍ଟା ରୂପେ ଶ୍ରୀ ନାରାୟଣ ଦାସ, ଅଧକ୍ଷ ରୂପେ ଶ୍ରୀ ହୃଦୟ ବିହାରୀ ମହାପାତ୍ର, ସଭାପତି ରୂପେ ଶ୍ରୀ ଜ୍ଞାନ ରଞ୍ଜନ ଦାସ , କାର୍ଯ୍ୟକାରୀ ସଭାପତି ରୂପେ ଦେବେନ୍ଦ୍ର ନାଥ ପାତ୍ର, ସାଧାରଣ ସମ୍ପାଦକ ରୂପେ ଶ୍ରୀ ଚିତ୍ତରଞ୍ଜନ ତରସିଆ ନିର୍ବାଚିତ ହୋଇ ଥିବା ବେଳେ ସଂଘର ଆବଶ୍ୟକତା ଦୃଷ୍ଟିରୁ ଓଡିଶା ଅମଲା ସଂଘ ର ସମ୍ଭିଧାନରେ ସଂଶୋଧନ କରାଯାଇ ଏକ ନୂତନ ପଦବୀ ସୃଷ୍ଟି କରାଗଲା ଯଥା ମୁଖ୍ୟ ପୃଷ୍ଠପୋଷକ ପଦବୀ ଏବଂ ଏହି ପଦବୀରେ ପ୍ରାକ୍ତନ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ତ୍ରିପାଠୀ ଙ୍କୁ ମୁଖ୍ୟ ପୃଷ୍ଠପୋଷକ ରୂପେ ମନୋନୀତ କରାଯାଇଅଛି ।

ଏହା ସହିତ ଏକ ଗୋଟି ସାଙ୍ଗଠନିକ ସମ୍ପାଦକ, ନ ଗୋଟି ସମ୍ପାଦକ, ନ ଗୋଟି ଅତିରିକ୍ତ ସାଧାରଣ ସମ୍ପାଦକ, ନ ଗୋଟି ଯୁଗ୍ମ ସମ୍ପାଦକ, ୪୨ ଟି କାର୍ଯ୍ୟକାରୀ ସଭ୍ୟ ଏବଂ ନ ଗୋଟି ଜୋନାଲ ଉପ ସଭାପତି ଓ ସମ୍ପାଦକ ନିର୍ବାଚିତ କରାଗଲା । ପରିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମଞ୍ଚରେ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥ ସମ୍ମୁଖ ରେ ସଂଘର ଉତ୍ତୋରତ୍ତର କାମନା କରି ଶପଥ ପାଠ କରିଥିଲେ । ଏହି ଶପଥ ପାଠକୁ ପ୍ରାକ୍ତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶତ୍ରୁଘ୍ନ ପାଣିଗ୍ରାହୀ ଶପଥ ପାଠ କରାଇଥିଲେ ।