ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ଲାଞ୍ଚ କାରବାର ନେଇ ସ୍ୱତନ୍ତ୍ର ବୈଠକ

0
116
ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ,(0୨/୦୫) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ଆଶା କର୍ମୀ ଓ ମ୍ୟାଡିକାଲ ର କିଛି କର୍ମଚାରୀ ମିଶି ପ୍ରସୂତୀ ମହିଳା ଙ୍କ ପିନ୍ଧା ସୁନା ଅଳଙ୍କାର ବିକ୍ରୀ କରି ଲାଞ୍ଚ ଦେବା ଭଳି ଘଟଣା ବେଶ୍ ହଇଚଇ ସୃଷ୍ଟି ହୋଇଥିଲା ।

ଏ ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ପ୍ରଦିପ ନାଏକ ଘଟଣା ର ସବିଶେଷ ତଦନ୍ତ ପାଇଁ ଡାକ୍ତରଖାନା ପରିସରରେ ପହଞ୍ଚି ଥିବା ବେଳେ ସେ ଖବର ପାଇ ଆସି ଆମ କ୍ୟାମେରା ଦେଖି ସୁଟିଂ କରୁଥିବା କହି ଥିଲେ । ଏପରିକି ଲକ୍ଷ, ଲକ୍ଷ କୋଟି, କୋଟି ଟଙ୍କା ର ଦୁର୍ନୀତି ଦେଖ ଏଇ ଡାକ୍ତର ଖାନା ରେ କମ୍ ଦୁର୍ନୀତି ହେଉଛି ଭଳି କହି ମୁଁହ ଲୁଚେଇ ଚାଲି ଯାଇଥିଲେ । ଆଦିବାସୀ ଅଧ୍ୟୁଷିତ, ନିରକ୍ଷର ସରଳ ଲୋକଙ୍କ ଠାରୁ ଏହି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ଲାଞ୍ଚ କାରବାର ବନ୍ଦ ପରିବର୍ତ୍ତେ ଲକ୍ଷ, ଲକ୍ଷ ଟଙ୍କା ର ଠିକାଦାର ଙ୍କ ନିକଟ କୁ ଯାଅ କହିବା କେତେ ଯୁକ୍ତିଯୁକ୍ତ ? ଏ ନେଇ ଆଜି ଏକ ସ୍ୱତନ୍ତ୍ର ବୈଠକ ବିଭାଗୀୟ କର୍ତ୍ତୃପକ୍ଷ ଆୟୋଜନ କରିଥିବା ବେଳେ କ’ଣ ନିଷ୍କର୍ଷ ବାହାରିବ ନା ଦୁର୍ନୀତି ଲାଗି ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।