ଶିକ୍ଷକଙ୍କୁ ଭୁଜାଲିରେ ଆକ୍ରମଣ

0
74
ଶିକ୍ଷକଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୩/୦୫) : ଭୁଜାଲି ଚୋଟରେ ଶିକ୍ଷକ ଆହତ । ରାଜକନିକା ଥାନା ଅନ୍ତର୍ଗତ ପାରିନୁଆପଡ଼ା ପଞ୍ଚାୟତର ପାରିନୁଆପଡ଼ା ଗ୍ରାମରେ ଗତକାଲି ରାତିରେ ଜଣେ ଶିକ୍ଷକଙ୍କୁ ଭୁଜାଲିରେ ଆକ୍ରମଣ ।

ଶିକ୍ଷକଙ୍କୁ ଆକ୍ରମଣ ପରେ ଶିକ୍ଷକ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଥିଲେ ପରେ ରାଜକନିକା ଥାନାରେ ଦ୍ୱାରସ୍ତ ହୋଇ ଆହତ ଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଏ ନେଇ ରାଜକନିକା ପୁଲିସ ଅଭଯୁକ୍ତ କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ପ୍ରତେକ୍ଷ୍ୟଦର୍ଶୀ ଓ ଆହତ ଶିକ୍ଷକଙ୍କ ସୂଚନା ମୁତାବକ ସଞ୍ଜୟ ବରଜ ଓ ସୁଧାକର ବରଜ ପାରିନୁଆପଡା ଗ୍ରାମ ପାଠାଗାର ସମ୍ମୁଖରେ ଆଲୋଚନା ହେଉଥିବା ବେଳେ ହଠାତ ସେହି ଗାଁ’ର ଧର୍ମେନ୍ଦ୍ର ବରଜ ନାମକ ଜଣେ ବ୍ୟକ୍ତି ସଞ୍ଜୟଙ୍କ ପଛପଟୁ ଆକ୍ରମଣ କରିଥିଲେ ।

ସଞ୍ଜୟ ଚିତ୍କାର କରି ତଳେ ପଡ଼ିଯିବାରୁ ତାଙ୍କୁ ବାରମ୍ବାର ଭୁଜାଲିରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଧର୍ମେନ୍ଦ୍ରଙ୍କ କବଳରୁ ସଞ୍ଜୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଏ ନେଇ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି l ଆହତ ସଞ୍ଜୟ ପେଶାରେ ଜଣେ ଶିକ୍ଷକ ଓ ଓଳାଭର ଦେଉଳସାହି ନୋଡାଲ ସ୍କୁଲରେ ସେ ଏବେ ନିୟୋଜିତ ଥୁବା ଜଣାପଡିଛି। ତେବେ ବର୍ତ୍ତମାନ ସୁଧା ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ପୋଲିସ ସୂଚନା ଦେଇଛି ।