ମୃତଦେହ ଜବତ କରିବାକୁ ଯାଇ ପୋଲିସ ହଟହଟା

0
86
ମୃତଦେହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୦୩/୦୫) : ମୃତଦେହ ଜବତ କରିବାକୁ ଯାଇ ପୋଲିସ ହଟହଟା । ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ ।

ଏଭଳି ଘଟଣା ଘଟିଛି କଳାହାଣ୍ଡି ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ଗୋଛାଡେଙ୍ଗେନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିକୁପାରେ । କିଛି ଦିନ ତଳେ ଗାଁ’ର ସୁଦାମ ଭୋଇଙ୍କୁ ଏକ ବାଇକ୍ ଚୋରି ଘଟଣାରେ ପୋଲିସ ଉଠାଇ ନେଇଥିଲା । ତେବେ ସୁଦାମଙ୍କ ବାପା ଫାଣ୍ଡିକୁ ଯାଇ ପଚରାଉଚରା କରିବା ପରେ ପୋଲିସ ସୁଦାମଙ୍କୁ ଛାଡି ଦେଇଥିବା କହିଥିଲା । ତେବେ କିଛିଦିନ ପରେ ଗୋଛାଡେଙ୍ଗେନ ଜଙ୍ଗଲରୁ ସୁଦାମଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୁଦାମଙ୍କୁ ପୋଲିସ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଶବ ଜବତ ପାଇଁ ପୋଲିସ ପହଞ୍ଚିବା ପରେ ଗ୍ରାମବାସୀ ପୋଲିସକୁ ଅଟକ ରଖିଛନ୍ତି । ସୁଦାମ ଘରର ଏକମାତ୍ର ରୋଜଗାରିଆ ହୋଇଥିବା ବେଳେ ତାଙ୍କର ବାପା, ମାଆ, ସ୍ତ୍ରୀ ଓ ୩ଟି ସନ୍ତାନ ଅଛନ୍ତି ।