୨୩ କେଜି ଗଞ୍ଜେଇ, ୭୭ ଖଣ୍ଡ ଚଉକାଠ ସମେତ ବାଇକ ଓ ପିକଅପ ଜବତ

0
83
୨୩

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୪/୦୫) : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ପୋଲିସ ପକ୍ଷରୁ ୨୩ କେଜି ଗଞ୍ଜେଇ, ୭୭ ଖଣ୍ଡ ଚଉକାଠ ସମେତ ବାଇକ ଓ ପିକଅପ ଜବତ କରାଯାଇଛି l

ସୂଚନା ପ୍ରକାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡା ଥାନା ଅଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ୱରେ ସଦଳବଳ ପେଟ୍ରୋଲିଂ କରୁଥିଲେ ଏହି ସମୟରେ ଖୁଣ୍ଟିଗୋରା ଦିଗରୁ କଣ୍ଟାମାଳ ଦିଗକୁ ଯାଉଥିବା ଏକ ପେଶନପ୍ରୋ ବାଇକ (ଓଡି-୧୭ଏନ-୭୬୯୯) ଏବଂ ବଲେରୋ ପିକଅପ ଗାଡି (ଓଡି-୨୮-୧୪୦୮) କୁ ପୋଲିସ ସନ୍ଦେହ କରି ପିଛା କରିଥିଲା l ଗାଡି ଚାଳକ ଦୁହେଁ ୪୧ ନମ୍ବର ରାଜ୍ୟ ରାଜପଥର କୁରୁକୁପା ଛକ ନିକଟରେ ଗାଡି ଛାଡିଦେଇ ଫେରାର ହୋଇଯାଇଥିଲେ l ଗାଡି ଯାଞ୍ଚ କରିବାରୁ ଗଞ୍ଜେଇ ସମେତ ଚଉକାଠ ବାହାରିଥିଲା l ଜବତ ଗଞ୍ଜେଇର ପରିମାଣ ୨୩କେଜି ଏବଂ ପିକଅପ ଡ଼ାଳାରେ ୭୭ ଖଣ୍ଡ ଚଉକାଠ ରହିଥିବା ଜଣାପଡିଛି l ଉକ୍ତ ବିଷୟରେ ଘଣ୍ଟାପଡା ଥାନାରେ କେସ ନଂ.୩୬/୨୩ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚଳାଇଥିବା ନେଇ ତଦନ୍ତକାରୀ ଅଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି l ପେଟ୍ରୋଲିଂ ସମୟରେ ଏସଆଇ ବିଶ୍ଵାମିତ୍ର ଲୋଇ ସମେତ ଏଏସଆଇ ପ୍ରଦୀପ କୁମାର ବେହେରା, କନଷ୍ଟେବଳ ଏସ. ମିର୍ଧା, ଶଶାଙ୍କଶେଖର ସାହୁ, ହୋମଗାର୍ଡ ଗିରିଶ ଚନ୍ଦ୍ର କହଁର, ଜଳେଶ୍ୱର କୁମ୍ଭାର ଓ ବିଶ୍ୱଜିତ ପୁଟା ପ୍ରମୁଖ ସାମିଲ ଥିଲେ l