ପୋଲିସ ପେଟ୍ରୋଲିଙ୍ଗ ଗାଡି ଦୁର୍ଘଟଣା ଗ୍ରସ୍ତ : ୫ ଆହତ

0
91
ପୋଲିସ ପାଟ୍ରୋଲିଙ୍ଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୫) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାର ପେଟ୍ରୋଲିଙ୍ଗ ଗାଡି ଦୁର୍ଘଟଣା ଗ୍ରସ୍ତ । ପୋଲିସ ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ବରଗଛ କୁ ଧକ୍କା ଦେଇଥିବା ସୂଚନା ମିଳିଛି ।WhatsApp Image 2023 05 05 at 09.53.34 ପୋଲିସ ପେଟ୍ରୋଲିଙ୍ଗ ଗାଡି ଦୁର୍ଘଟଣା ଗ୍ରସ୍ତ : ୫ ଆହତ

ଧକ୍କା ଦେବା ଫଳରେ ୫ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସ ଭୋର ସମୟରେ ପାଟ୍ରୋଲିଙ୍ଗସାରି ଥାନାକୁ ଫେରୁଥିବା ସମୟରେ ସୁବଳୟା – ରେଢ଼ାଖୋଲ ରାସ୍ତା ବାଉରୀଯୋର ପୋଲ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପୋଲିସ ପେଟ୍ରୋଲିଙ୍ଗ ଗାଡି ( ଗାଡି ନମ୍ବର OD 05 AH 4202) ଗଛ କୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଛି । ଏଥିରେ ସୁବଳୟା ଥାନା ସବଇନ୍ସପେକ୍ଟର ଦୀପ୍ତି ରଞ୍ଜନ ଦିଗାଲ, ଏ ଏସ ଆଇ ଏସ. ସେନ୍ଦ୍ରିଆ ଙ୍କ ସମେତ ପାଞ୍ଚ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡିଛି । ଉଭୟ ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।