ଗଜପତି ଜିଲ୍ଲାର ବଡ଼ କଳା କୋଟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଛତୁ ଚାଷ ୟୁନିଟ ପରିଦର୍ଶନ

0
194

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର(୨୬/୦୮) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଧେଶ କ୍ରମେ ଗୁମ୍ମା ବ୍ଲକ୍ ର ଗଜପତି ଜିଲ୍ଲାର ବଡ଼ କଳା କୋଟ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଏକ ଟିମ୍ କାଶୀନଗର ଗତ କାଲି ପହଞ୍ଚିଥିଲା ।af0b38c3 b7a9 4e70 ae69 b1dbc54cfb6c ଗଜପତି ଜିଲ୍ଲାର ବଡ଼ କଳା କୋଟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଛତୁ ଚାଷ ୟୁନିଟ ପରିଦର୍ଶନ

ଏହି ଟିମ୍ ଏକ ବସ ଯୋଗେ ବଡ଼ କଳା କୋଟ ରୁ ବାହାରି କାଶୀନଗର ଏନ୍ ଏ ସି ଅଞ୍ଚଳ ରେ ଥିବା ଗଜପତି ଜିଲ୍ଲାର ବଡ଼ କଳା କୋଟ ସ୍ଵୟଂ ସହାୟକ ଗୋଷ୍ଠୀ ର ଏକ ଛତୁ ଚାଷ ୟୁନିଟ ପରିଦର୍ଶନ କରିଛନ୍ତି । କିଭଳି ଭାବେ ଏହି ଚାଷ କଲେ ମହିଳା ମାନେ ରୋଜଗାରକ୍ଷମ ହେବେ ଓ ଆତ୍ମ ନିର୍ଭରଶିଳା ହେବେ ସେଥିପାଇଁ ସେମାନଙ୍କୁ ଏହି ୟୁନିଟ ପରିଦର୍ଶନ କରାଯାଇ ଥିବା ମିଶନ ଶକ୍ତି ତରେଫରୁ ପ୍ରକାଶ କରାଯାଇଛି ।

ମହିଳା ମାନେ କୋଭିଦ୍ ନିୟମ ମାନି ସମସ୍ତେ ଏକ ପ୍ରକାର ୟୁନିଫର୍ମ ପିନ୍ଧି ଥିଲେ । ଗଜପତି ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମ କୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ।