କୋରାପୁଟ ଆରଟିଓ ପୋଲିସ ପକ୍ଷରୁ ଗାଡି ଯାଞ୍ଚ : ୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ

0
219

ରିପୋର୍ଟ : ଏନ. ସନ୍ତୋଷ କୁମାର //
ବୈପାରୀଗୁଡା,(୨୬/୦୮) : ବୈପାରୀଗୁଡା ଲଷ୍ମଣ ନାୟକ ଚାରି ଛକ ଠାରେ କୋରାପୁଟ ଆରଟିଓ ପୋଲିସ ପକ୍ଷରୁ ଛୋଟବଡ ମଟରଯାନ ଯାଞ୍ଚ କରାଯାଇଥିଲା । ଏଥିରେ ବାଇକ ଚାଳକ ଙ୍କ ହେଲମେଣ୍ଟ ,ଲାଇସେନ୍ସ,ଗାଡିବିମା,ଯାଞ୍ଚ କରିବା ସହିତ ବିନା ହେଲମେଣ୍ଟରେ ବାଇକ ଚଳାଉଥିବା ବ୍ୟକ୍ତି ମାନଙ୍କୁ ପୋଲିସ ଅଟକାଇ ଥିଲା ।

ଚାରିଚକିଆ ଗାଡି ମାନଙ୍କର ଗାଡିବିମା, ଗାଡି ପଞ୍ଜିକରଣ, ପଥକର, ଫିଟନେସ୍, ପଦୂଷଣ ଯାଞ୍ଚ୍ କରାଯାଇ ଆଟିଓ ଭିସିଆର କାଟି ଜରିମାନା ବାବଦକୁ ୩ ଲକ୍ଷ ଦୁଇ ହଜାର ୯ ଶହ ଛଅଳିଶି ଟଙ୍କା ଆଦାୟ କରାଯାଇଥିବା ବେଳେ ୧୬ ଜଣଙ୍କ ଡ୍ରାଇଭିଙ୍ଗ ଲାଇନସେନ୍ସ କେନସେଲ କରାଯାଇଛି l ଏହି ଯାଞ୍ଚରେ କୋରାପୁଟ ଆରଟିଓ ପୋଲିସ ର ଆଡିସନାଲ ଆରଟିଓ ତପନ ବେଟି,ବୈପାରୀଗୁଡା ଥାନାର ଅଧିକାରୀ ଈଶ୍ୱର ତାଣ୍ଡି, ଟ୍ରାଫିକ ସବ ଇନସ୍ପେକ୍ଟର କୋରାପୁଟ ରାଜନାରାୟଣ ସ୍ୱାଇଁ, ବୈପାରୀଗୁଡା ଥାନା ଏସ ଆଇ ଅସିତ କୁମାର ବଳବନ୍ତରାୟ,ଲେଡି କନେଷ୍ଠବେଲ ସହଜଗ କରିଥିଲେ।