ରାଜ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୩ ଦିନିଆ ନବରଙ୍ଗପୁର ଗସ୍ତ

0
161

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୨୬/୦୮) : ରାଜ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ ତଥା ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର ନବରଙ୍ଗପୁର ଜିଲ୍ଲାର ନୋଡାଲ ଅଧିକାରୀ ଭାବେ ତିନିଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଥିଲେ।

ରାଜ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଥମେ ନନ୍ଦାହାଣ୍ଡି ବ୍ଲକର ପରଜାମିନିଗୁଡି ଗାଁକୁ ଯାଇ ସେଠାରେ କୃଷିଜାତ ଦ୍ରବ୍ୟର ବିିବିଧକରଣର ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବା ସହ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ପର୍ଯ୍ୟବେକ୍ଷଣ କରିଥିଲେ । ଏହାପରେ ଡାଇଭଟ୍ଟା ଓ ଏକମ୍ବା ଗ୍ରାମକୁ ଯାଇ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜଳଛାୟା ପ୍ରକଳ୍ପର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲୋ ଏଥିରେ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ସମେତ ଓଭର ସିୟର ଅଜୟ ସିଂ, ରେଞ୍ଜ ଅଧିକାରୀ, ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

ପରଦିନ ସେ ପାପଡାହାଣ୍ଡିବ୍ଲକ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରମାକୁ ଯାଇ ସେଠାରେ ୨୦ ଜଣ ଆଦିବାସୀ ହିତାଧିକାରୀଙ୍କର ପାଇଁ ୧୦ ହେକ୍ଟର ଜମିରେ ଲଗାଯାଇଥିବା କାଜୁ ବଗିଚାକୁ ଯାଇ ଯାଞ୍ଚ କରିଥିଲେ । ସେ କିଛି ହିତୀଧିକରୀଙ୍କର ସହିତ ମଧ୍ୟ ଆଲୋଚନା କରିଥିଲେ । ତେବେ ଏହି କାଜୁ ବଗିଚାକୁ ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ ।

ମକିଆ ପଞ୍ଚାୟତର ସିଲକଗୁଡାକୁ ଯାଇ ସେଠାରେ ମଧ୍ୟ ୧୫ଜଣ ଆଦିବାସୀ ହିତାଧିକାରୀଙ୍କର ପାଇଁ ୧୦ ହେକ୍ଟରରେ ଲଗାଯାଇ ଥିବା କାଜୁ ବଗିଚା ଦେଖିଥିଲେ। ତେବେ ଏହି ଚାରାଗୁଡିକର ସଠିକ ଯତ୍ନ ନେବାକୁ ସେ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ସେ କୋଷାଗୁମୁଡା ବ୍ଳକ ଅନ୍ତର୍ଗତ କୋଡିଙ୍ଗା ପଂଚାୟତର ଡାବିଗୁଡା ଓ ବାଲେଙ୍ଗାକୁ ଯାଇଥିଲେ । ସେଠାରେ ସେ ଆଦିବାସୀ ହିତାଧିକାରୀମାନଙ୍କ ସହିତ କାଜୁ ଚାରା ରୋପଣ ନେଇ ଆଲୋଚନା କରିଥିଲେ ।

ଗ୍ରାମର ବୃନ୍ଦାବନ ଭତରା ବିଭିନ୍ନ ଫଳ ଓ ପନିିପରିବା ଚାଷ କରୁଥିବା ଦେଖିବା ସହ ସେ ପୋଖରୀରେ ମାଛ ଚାଷ କରୁଥିବାନେଇ ସନ୍ତୋଷ ପ୍ରକାଶ କରିଥିଲ । ପରେ ଫାର୍ସାଗୁଡା ପଞ୍ଚାୟତର କୁଜାଗୁଡାର ଆଗ୍ରୋ- ଫରେଷ୍ଟ୍ରି ନର୍ସରୀକୁ ଯାଇ ୩୦ଜଣ ମହିଳା ହିତିଧକାରୀଙ୍କୁ କଦଳି ଚାରା ବଣ୍ଟନ କରିଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୫ଟି ଫାର୍ମ ପୋଖରୀ କାର୍ଯ୍ୟନେଇ ସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମସ୍ତ କାର୍ଯ୍ୟକ୍ରମରେ ମୃତ୍ତିକା ସଂରକ୍ଷଣ ବିଭାଗ ତଥା ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଉପସ୍ଥିତ ଥିଲେ ।