ଛିନ୍ନମସ୍ତା ମନ୍ଦିର ରୁ ରୁପା ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କା ଚୋରିକଲେ ଦୁର୍ବୁତ୍ତ

0
218

ରିପୋର୍ଟ : ରାକେଶ ମହାରଣା //
କୋଦଳା,(୨୬/୦୮) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଛିନ୍ନମସ୍ତା ମନ୍ଦିର ରୁ ବଡଧରଣ ଚୋରି କରିଛନ୍ତି ଦୁବୁର୍ତ୍ତ l

ଗତକାଲି ବିଳମ୍ବିତ ରାତିରେ ଛିନ୍ନମସ୍ତା ମନ୍ଦିର ର ମୁଖ୍ୟ ଦ୍ୱାର ଭାଙ୍ଗି ମା ଙ୍କୁ ଲାଗି ହୋଇଥିବା ରୁପା ମୁକୁଟ, ଜିଭ, ଆଖି ସହିତ ମନ୍ଦିର ର ହୁଣ୍ଡୀ ଓ କମିଟି କାର୍ଯ୍ୟାଳୟ ରେ ରହିଥିବା ଆଲମାରୀ ଭାଙ୍ଗି ଲକ୍ଷାଧିକ ଟଙ୍କା ଦୁର୍ବୁତ୍ତ ମାନେ ଚୋରି କରିଥିବା ମନ୍ଦିର କମିଟି ପକ୍ଷରୁ ଏକ ମାମଲା କବିସୂର୍ଯ୍ୟନଗର ଥାନାରେ ରୁଜୁ କରାଯଇଛି l

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମନ୍ଦିର ଟି ଗ୍ରାମ ଠାରୁ ବହୁ ଦୂରରେ ରହିଥିବା କାରଣରୁ ଏହାର ସୁଯୋଗ ନେଇ ଦୁର୍ବୁତ ମାନେ କିଛିମାସ ମଧ୍ୟରେ ଏହିଭଳି ଏହି ମନ୍ଦିରରୁ ତିନି ରୁ ଉର୍ଦ୍ଧଥର ଚୋରି ହୋଇଥିବା ନଜିର ରହିଛି l

ଅନ୍ୟପଟେ ଚୋରି ଘଟଣାକୁ ନେଇ ମନ୍ଦିର ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପୋଲିସ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଉନଥିବା ଯୋଗୁଁ ବାରମ୍ବାର ଏହି ଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ମନ୍ଦିର କମିଟି ସଦସ୍ୟ l