୨୨ କେଜି ଗଞ୍ଜେଇ ଜବତ୍ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

0
77
୨୨

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୪/୨୩) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଗୁଡ଼ାରୀ ଥାନା ଗୁମୂଡା ଓ ଗୁଡ଼ାରୀ ଛକ ନିକଟରେ ଏମ୍ୱି ଚେକିଙ୍ଗ ଶନିବାର ଦିନ ଦିବା ୧୦ ଘଣ୍ଟା.୩୦ ମିନିଟ୍ ସମୟରେ ଗୁଡ଼ାରୀ ପୋଲିସ ପକ୍ଷରୁ ଚେକିଙ୍ଗ ଚାଲିଥିବା ସମୟରେ ଗୋଟିଏ ବାଇକ୍ ରେ ତିନିଜଣ ଯୁବକ ୨୨ କେଜି ଗଞ୍ଜେଇ ଧରି ଯାଉଥିଲେ ।

ସେମାନେ ହେଲେ କେରଳ ରାଜ୍ୟର ମଙ୍ଗେସ ରଞ୍ଜିତ କାର୍ତ୍ତିକ, ସର୍ଦ୍ଧାପୂର୍ ଗ୍ରାମର ଅଜିତ୍ କୁମାର ବାହୁକ୍, ଏବଂ ଗଜପତି ଜିଲ୍ଲାର ନୀଳମଣି ଜେସ୍ବି, ସେମାନଙ୍କ ପାଖରୁ ୨୨ କେଜି ଗ୍ରାମ ଗଞ୍ଜେଇ ଜବତ କରିବା ସହ ମଟର ବାଇକ୍, ଏବଂ ୩ଟି ମୋବାଇଲ୍ ଓ ୬୦୦ ଟଙ୍କା ପୋଲିସ୍ ଜବତ କରିଛି । ଏ ସମ୍ପର୍କରେ ଗୁଡ଼ାରୀ ଥାନାରେ କେସ ନଂ ୩୮ ରୁଜ୍ଜୁ ହୋଇଥିବା ବେଳେ ଏହି ଗଞ୍ଜେଇ ଚାଲାଣର ତଦନ୍ତ କାରି ଅଫିସର ଭାବେ ଗୁଡ଼ାରୀ ଇନ୍ସପେକ୍ଟର ଗୟା ମୁଦୀନ ଖାନ୍ ଦାୟିତ୍ଵ ସମ୍ଭାଳି ଥିବା ଜଣା ପଡ଼ିଛି । ଗୁଡ଼ାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ଦୀନବନ୍ଧୁ ଶବରଙ୍କ ନେତୃତ୍ୱରେ ଏହି ପ୍ରତୋକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହି ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।