ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣା ରନ୍ଧା ଖାଦ୍ୟର ସେବା ଉଦଘାଟିତ

0
87
ମୁଖ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୦୫) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ଙ୍କ ସମ୍ପର୍କୀଙ୍କୁ ମାଗଣା ରନ୍ଧା ଖାଦ୍ୟ ର ସେବା ଉଦଘାଟିତ ।WhatsApp Image 2023 05 15 at 09.48.29 1 ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣା ରନ୍ଧା ଖାଦ୍ୟର ସେବା ଉଦଘାଟିତ

ସହରର ଚନ୍ଦ୍ରିକା ସେବା ଟ୍ରଷ୍ଟ ଆଜି ଠାରୁ ପ୍ରତି ରବିବାର ଦିନ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମାଗଣା ଖାଦ୍ୟ ପ୍ରଦାନ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି । ମେଡିକାଲ ଅଧିକ୍ଷକ ଡା ଦୁର୍ଗାଦତ୍ତ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଚନ୍ଦ୍ରିକା ସେବା ଟ୍ରଷ୍ଟର ଏହି ମାଗଣା ଖାଦ୍ୟ ସେବା କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଛନ୍ତି । ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ରୋଗିଙ୍କ ସମ୍ପର୍କୀୟମାନେ ଖାଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନହେଉଥିଲେ । ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ବାହାର ବଜ଼ାରରୁ ଅଧିକ ମୂଲ୍ୟରେ ରନ୍ଧା ଖାଦ୍ୟ କିଣିବାକୁ ପଡୁଥିଲା ।

ଚିକିତ୍ସାଳୟ ପରିସରରେ ଏଭଳି ଏକ କାର୍ଯ୍ୟକ୍ରମ ରୋଗୀଙ୍କ ସମ୍ପର୍କୀୟଙ୍କ ଖାଦ୍ୟ ଚିନ୍ତାକୁ ଦୂର କରି ପାରିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ଭିତରେ ଟାଉନଥାନା ଅଧିକାରୀ କୃଷ୍ଣଚନ୍ଦ୍ର ମେହେର, ଆର ଆଇ ପ୍ରଦ୍ୟୁମ୍ନ ପଟେଲ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରମୁଖ ନିଜେ ଖାଦ୍ୟ ଖାଇ ଖାଦ୍ୟର ମାନ ଯାଞ୍ଚ କରିବା ସହ ଖାଦ୍ୟ କୁ ଖୁବ ପ୍ରଶଂସା କରିଛନ୍ତି । ଏହି ଅବସରରେ ଟ୍ରଷ୍ଟ କର୍ମକର୍ତ୍ତା ଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।