ସାହିତ୍ୟ ଘର ପକ୍ଷରୁ ଆଲୋଚନା ଚକ୍ର ଓ କବିତା ପାଠ ଅନୁଷ୍ଠିତ

0
77
ସାହିତ୍ୟ ଘର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୫/୦୫) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସିମିଳିପଦରଠାରେ କଣ୍ଟାମାଲ ସାହିତ୍ୟ ଘର ପକ୍ଷରୁ ଏକ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 05 14 at 16.57.49 1 ସାହିତ୍ୟ ଘର ପକ୍ଷରୁ ଆଲୋଚନା ଚକ୍ର ଓ କବିତା ପାଠ ଅନୁଷ୍ଠିତ

ସାହିତ୍ୟ ଘର ସଭାପତି ହରିହର ପ୍ରାଧନଙ୍କ ସଭାପତିତ୍ଵ ଅନୁଷ୍ଠିତ ଆଲୋଚନା ଚକ୍ରରେ ଆଲୋଚକ ଭାବରେ କବି ଅଦ୍ୱେତ କୁମାର ପଣ୍ଡା ଓ ଶିକ୍ଷାବିତ ଶ୍ରୀଧର ବାଗ ଯୋଗ ସାମ୍ପ୍ରତିକ ସମାଜ ଗଠନରେ ସାହିତ୍ୟର ଭୂମିକା ଉପରେ ଆଲୋଚନା ହୋଇଥିଲା । ପରେଅଧ୍ୟାପକ ଦେବଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କବି ଦିଲ୍ଲୀପ ମହାନ୍ତି ଓ ରଞ୍ଜୁ ଅମାତ କବିତାସଂଯୋଜନା କରିଥିଲେ ।ଏଥିରେ କବି ଲକ୍ଷଣ ମହାପତ୍ର, ଭାର୍ଜନ ପ୍ରଧାନ, ଈଶ୍ୱର ସାହୁ, ଜଗନ୍ନାଥ ମହାପତ୍ର, ପ୍ରଭାତ ଖମାରୀ, ଗୋପାଳ ପ୍ରଧାନ, ରାଜକିଶୋର ସାହୁ, ଲିଙ୍ଗରାଜ ଛାତ୍ରୀଆ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ସାହିତ୍ୟ ଘରର ସମ୍ପାଦକ ଲକ୍ଷଣ ମହାପାତ୍ର ସଭା ପରିଚାଳନା କରିଥିଲେ ।