ତହସିଲଦାର ଓ ଆର ଆଇ କାର୍ଯ୍ୟାଳୟ ମାସମାସ ଧରି ବନ୍ଦ : ସାଧାରଣ ଜନତା ହନ୍ତସନ୍ତ

0
239

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୬/୦୮) : ରାଜ୍ୟ ସରକାର ମୋ ସରକାର ଓ 5T ର ନାରା ଦେଇ ଜନସାଧାରଣ ଙ୍କ ପାଇଁ ସରକାରୀ କାର୍ଯ୍ୟାଳୟ ରେ ବ୍ୟବସ୍ଥା ସରଳୀକରଣ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ତହସିଲଦାର ଓ ଆର ଆଇ କାର୍ଯ୍ୟାଳୟ ମାସମାସ ଧରି ବନ୍ଦ ରହୁଛି |WhatsApp Image 2021 08 27 at 8.06.58 AM 1 ତହସିଲଦାର ଓ ଆର ଆଇ କାର୍ଯ୍ୟାଳୟ ମାସମାସ ଧରି ବନ୍ଦ : ସାଧାରଣ ଜନତା ହନ୍ତସନ୍ତ

ଲୋକେ ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ଗୁଡ଼ିକ ପାଇବା ରେ ଦୁର୍ଦ୍ଦଶା ଭୋଗ କରୁଥିବା ବେଳେ ବିଭାଗୀୟ ଅଧିକାରୀ ନିଜ ଖାମଖିଆଲ କାର୍ଯ୍ୟକଳାପ ଓ ନିଜ ଦାଇତ୍ଵ ସମାପନ ରେ ଅବହେଳା ଯୋଗୁଁ ସାଧାରଣ ଜନତା ବାରମ୍ବାର ତହସିଲଦାର ଓ ଆର ଆଇ ଅଧିକାରୀ ଙ୍କ ନିକଟରେ ଆବେଦନ କରିବା ଓ ଅଭିଯୋଗ ସତ୍ୱେ ସୁଫଳ ନ ମିଳିବା ଅଭିଯୋଗ ହୋଇଛି ।

ସେହିପରି ସରକାରୀ ଭାବେ କୋଭିଡ ବା କରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ବରଣ କରିଥିବା ସତ୍ୱେ ଜିଲ୍ଲାରେ ଏହାର ଆକଳନ କରାଯାଇ ସରକାର ଙ୍କ ପ୍ରଦତ୍ତ ଯୋଜନା ରେ ସାମିଲ ନେଇ ସମ୍ପୁର୍ଣ୍ଣ ନିରବ ରହିଯାଇ ଚରମ ଅବହେଳା କରୁଥିବା ବେଳେ ମୃତକ ଙ୍କ ପରିବାର ଅସହ୍ୟ ଦୁଃଖ, ଦୁର୍ଦ୍ଦଶା ଦେଇ ଗତି କରୁଥିବା ଅଭିଯୋଗ ହୋଇଆସୁଛି ।

ଜିଲ୍ଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟ ଗୁଡ଼ିକ ରେ ବିଭିନ୍ନ ପ୍ରମାଣ ପତ୍ର ପାଇଁ ଆସୁଥିବା ସାଧାରଣ ଲୋକେ ଆବେଦନ ପତ୍ର ପାଇଁ ଦୀର୍ଘ ମାସ ଧରି ଧାଇଁ ଆସୁଥିବା ଓ ଦୁର୍ଦ୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଅନେକ ତହସିଲ ଓ ଆର ଆଇ କାର୍ଯ୍ୟାଳୟ କାର୍ଯ୍ୟକାରୀ ସରକାରୀ ଭାବେ କରାଯାଇଛି ।

ସାଧାରଣ ଲୋକେ ହଇରାଣ, ହରକତ ର ଶିକାର ନ ହେବା ପାଇଁ ଅନଲାଇନ ଆବେଦନ ବ୍ୟବସ୍ଥା ସହ ସରକାର ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରିଥିବା ବେଳେ ମନମୁଖୀ ଭାବେ ତାହାର ଖିଲାପ କରି ଆର ଆଇ, ତଥା ତହସିଲ କାର୍ଯ୍ୟାଳୟ ଗୁଡିକରେ ମନମୁଖୀ ଭାବେ ପରିଚାଳନା କରିବା ସହ ହିତାଧିକାରୀ ଙ୍କୁ ଦୁର୍ଦ୍ଦଶା ର ଶିକାର ହେଉଥିବା ଜିଲ୍ଲା ଜନସେବା ସଙ୍ଘ ତରଫରୁ ଲିଖିତ ଅଭିଯୋଗ କରାଯାଇଛି ।

ତହସିଲ କାର୍ଯ୍ୟାଳୟ ରେ ଏହାକୁ ଖୁଲମ୍ ଖୁଲା ଉଲ୍ଲଂଘନ କରାଯାଉଛି, ଯାହା ଫଳ ରେ ସାଧାରଣ ଜନତା ନାହିଁ ନଥିବା ହଇରାଣ ହେଉଛନ୍ତି ଓ ଅନେକ ଛାତ୍ରଛାତ୍ରୀ ପାଠ ପଢା ଓ ଚାକିରି କ୍ଷେତ୍ର ରେ ପ୍ରମାଣ ପତ୍ର ଦାଖଲ କରିବାରେ ହଇରାଣ ମଧ୍ୟ ହେଉଛନ୍ତି। ଏହି ତଥ୍ୟ ତହସିଲଦାର ମାନଙ୍କୁ ଙ୍କୁ ଜଣେଇଲେ ମଧ୍ୟ କୌଣସି ଫଳ ମିଳୁନଥିବାରୁ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଛି ।

କିପରି ସମସ୍ତ ପ୍ରମାଣ ପତ୍ର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ମିଳି ପାରିବ ତଥା ଅନ୍ୟ ସମସ୍ତ ଜରୁରୀ କାଳୀନ ସେବା ପ୍ରଦାନ ନେଇ ଜିଲ୍ଲା ର ୧୨ ଗୋଟି ତହସିଲ ର ଅଧିକାରୀ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିଜ ନିୟନ୍ତ୍ରଣ କ୍ରମେଃ ପରିଚାଳିତ କରିବା ଦିଗରେ ବିଭାଗୀୟ ମୁଖ୍ୟ ଶାସନ ସଚିବ ନିଜେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ ଜନସେବା ସଙ୍ଘ ଜିଲ୍ଲା ସଭାପତି ଶ୍ରୀ ଲମ୍ବୁଧର ଛତ୍ରୀୟ। ଅନୁଷ୍ଠିତ ବୈଠକରେ ପ୍ରକାଶ କରିଛନ୍ତି ।

ବିଭିନ୍ନ ତହସିଲଦାର ତଥା ଆର ଆଇ କାର୍ଯ୍ୟାଳୟ ଗୁଡିକ ମାସ ମାସ ଧରି ଖୋଲା ଯାଉ ନ ଥିବା ଓ କୌଣସି ଉଚ୍ଚ ଅଧିକାରୀ ଙ୍କୁ ଖାତିର ନ ଥିବା ଓ ମାସିକ ଦରମା ସହ ଅନ୍ୟ ସମସ୍ତ ସହଯୋଗ ସରକାର ଙ୍କ ନିକଟରୁ ପାଇ ଏପରି କାର୍ଯ୍ୟକଳାପ ବଲାଙ୍ଗୀର ଜିଲ୍ଲାରେ ଚାଲିବା ନେଇ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ଦାବି ହେଉଛି ।

ଵିଶେଷ କରି କୋଭିଡ କୁ ନେଇ ମୃତକ ଙ୍କ ପରିବାର ବର୍ଗ କୁ ଏହି ତହସିଲ ସ୍ତରରେ କିପରି ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳି ପାରିବ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସେବା ସଙ୍ଘ ଦାବି କରିଛି ।