ଗୁଣୁପୁର ସରସ୍ୱତୀଶିଶୁ ବିଦ୍ୟା ମନ୍ଦିରର ୧୦ମ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା

0
106
ଗୁଣୁପୁର ସରସ୍ୱତୀଶିଶୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୮/୫) : ଆଜି ୧୦ମ ଶ୍ରେଣୀ ପରୀକ୍ଷା ଫଳ ବାହାରିଛି । ଗୁଣୁପୁର ସରସ୍ୱତୀଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ୧୦ମ ଶ୍ରେଣୀ ପରୀକ୍ଷା (୨୦୨୨ -୨୩) ରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି ।

ଏ ବର୍ଷ ମୋଟ ୩୮ ଜଣ ପରୀକ୍ଷାର୍ଥୀ ମଧ୍ୟରୁ A-2=26, B-1=10 ଓ B -2=2 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସମଗ୍ର ଗୁଣପୁର ସହରରେ ଶ୍ରୀ ମାନ୍ ନିଖିଳ ରଂଜନ ଦାସ ୫୩୦ ନଂ.ରଖି ୧ମ, ଶ୍ରୀମାନ୍ ଆଦିତ୍ୟ ରାଜ ପୁଜାରୀ ୫୨୮ ନଂ ରଖି ୨ୟ ଓ ଶ୍ରୀମାନ୍ ଭାସ୍କର ଜ୍ୟୋତି ପଣ୍ଡା ୫୨୬ ନଂ ରଖି ୩ୟ ସ୍ଥାନ ଅଧିକାର କରି ଅନୁଷ୍ଠାନର ଗୌରବ ବର୍ଦ୍ଧନ କରିଛନ୍ତି । ଉକ୍ତ ସଫଳତା ନିମନ୍ତେ ଗୁଣୁପୁର ସରସ୍ୱତୀଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ, ସମ୍ପାଦକ ଶ୍ରୀ ସୋମନାଥ ଗୌଡ, ସଭାପତି ଶ୍ରୀ ବି ଗଜପତି ରାଓ ଉପ ସଭାପତି ଶ୍ରୀ ମୀନକେତନ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ କୋଷାଧ୍ୟକ୍ଷ ଶ୍ରୀ ପି ଗୋବିନ୍ଦ ରାଓ ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଓ ସୁଜାତା ଶବର ଓ ସମସ୍ତ ଗୁରୁଜୀ/ଗୁରୁମା ଉକ୍ତ ଶିଶୁ ଓ ସେମାନଙ୍କ ପରିବାରଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି ।