ପ୍ରଦ୍ୟୁମ୍ନ ଦାଶ ହେଲେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଜିଲ୍ଲା ଟପ୍ପର

0
111
ପ୍ରଦ୍ୟୁମ୍ନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୫) : ଓଡିଶା ଆଦର୍ଶ ବିଦ୍ୟାଳୟ ଜମକାନୀ ତରଭା ର ମେଧା ଛାତ୍ର ପ୍ରଦ୍ୟୁମ୍ନ ଦାଶ ଆଦର୍ଶ ବିଦ୍ୟାଳୟ ସ୍ତରୀୟ ଜିଲ୍ଲା ଟପ୍ପର ଏବଂ ଟପ ଟେନ ଅଫ ଓଡିଶା ରେ ସ୍ଥାନ ପାଇ ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ ବଢ଼ାଇଛନ୍ତି l

ଏ ଖବର ପାଇବା ପରେ ତରଭା ଟାଉନ ସମେତ ସମଗ୍ର ଜିଲ୍ଲା ର ବହୁ ବିଶିଷ୍ଠ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଦାଶ ଙ୍କୁ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ପ୍ରଦ୍ୟୁମ୍ନ ଦାଶ ଓଡିଶା ଆଦର୍ଶ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାରେ ୯୭.୦୨ ଶତକଡା ମାର୍କ ରଖି ସାମଗ୍ର ଜିଲ୍ଲା ରେ ଟପ୍ପର ଓ ଓଡିଶା ଟପ ଟେନ ତାଲିକା ରେ ସ୍ଥାନ ପାଇ ଜମକନୀ ତରଭା ଆଦର୍ଶ ବିଦ୍ୟାଳୟ ସମେତ ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ ବଢ଼ାଇ ଛନ୍ତି l ଶ୍ରୀ ଦାଶ ଷ୍ଟାଣ୍ଡାର୍ଡ ୧ ରୁ ୫ ଯାଏଁ ତରଭା ଶ୍ରୀହରି ଇଂଜିଶ ସ୍କୁଲ ରେ ଟପ୍ପର ହୋଇ ଆସିଥିବା ବେଳେ ଷ୍ଟାଣ୍ଡାର୍ଡ ସିକ୍ସ ରୁ ଟେନ୍ଥ ଯାଏଁ ଆଦର୍ଶ ବିଦ୍ୟାଳୟ ରେ ଲଗାତାର ଭାବେ ଟପ୍ପର ସ୍ଥାନ ଅଧିକାର କରିଆସିଛନ୍ତି l ଯାହାକି ସେ ତାଙ୍କ ପିତା କୃଷ୍ଣ ଚନ୍ଦ୍ର ଦାଶ ଓ ମାତା ଶିକ୍ଷୟତ୍ରୀ ସନ୍ତୋଷିନୀ ମାହlଣାଙ୍କ ସମେତ ସ୍କୁଲ ର ସମସ୍ତ ଟିଚର ଙ୍କୁ ଏ ସଫଳତା ର ଶ୍ରେୟ ଦେଇଛନ୍ତି l

ଶ୍ରୀ ଦାଶ ସ୍କୁଲ ର ପ୍ରତ୍ୟକ ଡିବେଟ, ଡ୍ରଇଂ ପ୍ରତିଯୋଗିତାରେ ବ୍ଳକ ଓ ଜ଼ିଲ୍ଲା ସ୍ତରରେ ଅନେକ କୃତିତ୍ବ ହାସଲ କରିଥିବା ବେଳେ ସାଇନ୍ସ ସେମିନାର ରେ ମଧ୍ୟ ଜ଼ିଲ୍ଲା ରୁ ରାଜ୍ୟ ସ୍ତର କୁ ମନୋନୀତ ହୋଇଥିବା ଆଉ ଏକ ସଫଳତା ର ଖବର ମିଳିଛି l ଗ୍ରାମାଞ୍ଚଳ ତଥା ବ୍ଳକ ସ୍ତର ରେ ଏଭଳି ଅନେକ ମେଧା ଛାତ୍ର ଛାତ୍ରୀ ବା ପ୍ରତିଭା ବେଳେ ବେଳେ ଲୁଚି ରହି ଯାଉଥିବା ଦେଖିବାକୁ ମିଳୁଛି, କିଛିଟା ବିଳମ୍ବ ହେଲେବି ବଣ ମଲ୍ଲୀର ମହକସାଜି ଆଜି ଶ୍ରୀ ଦାଶ ସାରା ଜ଼ିଲ୍ଲା ତଥା ରାଜ୍ୟ ରେ ମହାକାଇ ଦେଇଛନ୍ତି l ଏଭଳି ପ୍ରତ୍ୟକ ପ୍ରତିଭା ବା ମହକ କୁ ଲୋକ ଲୋଚନ କୁ ଆଣିବା ପ୍ରୋତ୍ସାସନ ଦେବା ପ୍ରତ୍ୟେକ ମିଡ଼ିଆ ବା ସୋସିଆଲ ମିଡ଼ିଆ ସମସ୍ତ ଙ୍କ ଦାୟିତ୍ୱ ବା କର୍ତ୍ତବ୍ୟ ହେବା ଉଚିତ ବୋଲି ବୁଦ୍ଧିଜୀବୀଙ୍କ ମତ ପାଇଛି l