ଅଡାକସା ଗ୍ରାମରେ ସ୍ୱାମୀ ତାର ସ୍ତ୍ରୀକୁ ହତ୍ୟା : ଅଭିଯୁକ୍ତ ସ୍ୱାମୀ ଓ ସହଯୋଗୀଙ୍କୁ ଜେଲ

0
84
ଅଡାକସା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୫ ) : ଅଡାକସା ଗ୍ରାମରେ ଜୀବନକାଳ ସାଖି ରଖି ବାହା ହୋଇଥିବା ନିଜର ଧର୍ମପତ୍ନୀକୁ ମାରି ଦେବା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଓ ତାର ସହଯୋଗୀକୁ ବିନିକା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୂଚନା ଦେଇଛନ୍ତି ।

ବିନିକା ଥାନାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀପଣ୍ଡା ଘଟଣାର ସମ୍ପୁର୍ଣ୍ଣ ବିବରଣୀ ଉପରେ ଉପସ୍ଥିତ ସମ୍ବାଦଦାତା ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ,ବିନିକା ଥାନା ଅଧିକାରୀ ପବିତ୍ର ସାହୁ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ବିନିକା ଥାନା ଅଧୀନସ୍ଥ ଅଡାକସା ଗ୍ରାମର ଦୁଃଖୀଶ୍ୟାମ ଭୁଏ(୩୧) ଦୀର୍ଘ ୪ବର୍ଷ ତଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କିରକିଚିପାଲି ଗ୍ରାମର ସନ୍ତୋଷିନୀ ମଲ୍ଲିକ(୨୪) ଓରଫ କିଶୋରୀଙ୍କୁ ବିବାହ କରିଥିଲେ । ପରିବାର ପରିପୋଷଣ ପାଇଁ ଦୁଃଖୀଶ୍ୟାମ ଛୋଟିଆ ଢାବା ଖୋଲି କୁକୁଡ଼ା ମାଂସ ବିକ୍ରୀ କରୁଥିଲା । ଗତ ୧୭ତାରିଖ ବିଳମ୍ବିତ ରାତିରେ କୌଣସି କାରଣରୁ ତା ନିଜ ଧର୍ମପତ୍ନୀ କିଶୋରୀକୁ ଦୁଃଖୀଶ୍ୟାମ ମାରି ଦେଇଛି ।

ଦୋକାନରେ ଶ୍ରମିକ ଭାବେ କାମ କରୁଥିବା ପ୍ରଫୁଲ୍ଲ ମେଲ୍ଲି ହତ୍ୟାକାଣ୍ଡ ଘଟଣାରେ ସହଯୋଗ କରିଥିଲା ।କିଶୋରୀ ମରିଯିବା ପରେ ଦୁଃଖୀଶ୍ୟାମ କିଶୋରୀ ଙ୍କ ପରିବାର ଲୋକଙ୍କୁ ଡ଼ାଖିଥିଲେ । ପରିବାର ଲୋକ ଶବ ଦେଖିବା ପରେ ମୃତା କିଶୋରୀ ର ବେକରେ ଏବଂ ହାତ ରେ ନଖ ର ଦାଗ ରହିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକ ଆର୍ଥିକ ଓ ମାନସିକ ଯନ୍ତ୍ରଣା ଯୋଗୁଁ ଅଭିଯୋଗ କରିନଥିଲେ । ପରେ ଅଡାକସା ।ଗ୍ରାମବାସୀ ଙ୍କ ତରଫରୁ ୩ ଜଣ ୱାର୍ଡ ସଭ୍ୟ ଆସି ଗତ ୧୯ ତାରିଖରେ ବିନିକା ଥାନାକୁ ଆସି ଲୁହାରଡ଼ ରେ ପିଟିପିଟି ଦୁଃଖୀଶ୍ୟାମ ତାର ସ୍ତ୍ରୀ କୁ ହତ୍ୟା କରିଛି ବୋଲି ଘଟଣାର ତଦନ୍ତ ଓ ଦୋଷୀ ସ୍ବାମୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ପରେ ପୁଲିସ ଝିଅ ପରିବାର ଘରକୁ ଯାଇ ପରିବାର ଲୋକଙ୍କୁ ପଚାରି ବୁଝିଥିଲା । ଝିଅର ଭାଇ ହିମାଂଶୁ ମଲ୍ଲିକ ତାଙ୍କର ଭଉଣୀ ଙ୍କୁ ମାରି ଦେଇଥିବା ନେଇ ୨୦ ତାରିଖ ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ରେ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ ହେଲା ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରାଗଲା ।

ସାଇଣ୍ଟିଫିକ ଟିମ ଓ ପୁଲିସ ଅଭିଯୁକ୍ତ ସ୍ଵାମୀଙ୍କ ବାପାଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା ପରେ ହତ୍ୟାରେ ସଂଶ୍ଳିଷ୍ଟ ଅନ୍ୟ ସହଯୋଗୀ ଦୋକାନର ଶ୍ରମିକ ପ୍ରଫୁଲ୍ଲ ମେଲ୍ଲିକୁ ମଧ୍ୟ ପୁଲିସ ଗିରଫ କରି ଥାନାକୁ ଆଣିଲା । ଆଜି ଉଭୟ ଅଭିଯୁକ୍ତଙ୍କୁ ବିନିକା କୋର୍ଟ କୁ ଚାଲାଣ କରାଯାଇଥିଲା ସେଠାରେ ବେଲ ନାମଞ୍ଜୁର ହେବାରୁ ଅଭିଯୁକ୍ତ ସ୍ୱାମୀ ଓ ସହଯୋଗୀଙ୍କୁ ସୋନପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ ତରଫରୁ ସୂଚନା ଦିଆଯାଇଛି । ତେବେ ବିଭିନ୍ନ ଦିଗରୁ ତଦନ୍ତ ପରେ ଅଭିଯୁକ୍ତ ଲୁହାରଡ ପିଟିହତ୍ୟା କରିନାହିଁ ତଣ୍ଟି ଚିପି ହତ୍ୟା କରିଛି ବୋଲି ଏସପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।