ପଥରରେ ଛେଚି ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0
83
ଚାଲାଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୨୫/୦୫) : ବଲାଙ୍ଗିର ଜିଲ୍ଲା ଟିକ୍ରାପଡା ଫାଣ୍ଡି ଦେଓଗାଁରେ ପଥରରେ ଛେଚି ହତ୍ୟା ଘଟଣା । ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ସଇଁନ୍ତଲା ପୋଲିସ ।

ଗତ ୨୧ ତାରିଖ ଦିନ ଘଟିଥିଲା ଘଟଣା । ବିଳମ୍ବିତ ରାତ୍ରୀରେ ଦେଓଗାଁ ଗାଁ’ର ବୁଦ୍ଧଦେବ ନାଗଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଘଟଣାକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା । ଘଟଣାର ଦୁଇ ଅଭିଯୁକ୍ତ ଦେବାଶିଷ ବେଟକା ଓ ନକୁଲ ନାଗକୁ ସଇଁନ୍ତଲା ଥାନାରେ ଅଟକ ରଖି ପଚରାଉଚରା କରିଥିବାବେଳେ ଉଭୟଙ୍କୁ ଗିରଫ କରିଛି ପୋଲିସ ।