ଘରୋଇ କଳିକୁ ନେଇ ବୃଦ୍ଧଙ୍କ ଆତ୍ମହତ୍ୟା

0
99
ଆତ୍ମହତ୍ୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୬/୦୫) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା କରୁଆମୁଣ୍ଡା ଗାଁ’ରେ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିରୁ ଗଛ ରେ ଗାମୁଛା ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ପୂର୍ବରୁ ପରିବାର ମଧ୍ୟରେ ସାମାନ୍ୟ କଳି ଓ ଝଗଡା ଲାଗି ରହିଥିବାରୁ ଏହିଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ମୃତକ ହେଉଛନ୍ତି କରୁଆମୁଣ୍ଡା ଗାଁ’ର ଖୀର ସିନ୍ଧୁ ବଏ ବୟସ (୬୬)ବୋଲି ଜଣାପଡିଛି । ଏ ନେଇ କଣ୍ଟାବାଞ୍ଜି ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା କୁ ପଠାଇ ଦେଇଛି ।