ଏକକୋଟି ରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ସହ ଗାଡି ଜବତ, ମାଫିଆ ଗିରଫ

0
90
ଏକକୋଟି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୭/୦୫) : ଏକକୋଟି ରୁ ଉର୍ଦ୍ଧ୍ବ ମୂଲ୍ୟ ର ଗଞ୍ଜେଇ ଜବତ l

ସୂଚନା ମତେ ଆଜି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ ରୁଗୁଡ଼ିଗୋରା ନିକଟ ରେ ଗଞ୍ଜେଇ ଚାଲାଣ ନେଇ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇଥିଲେ l ଖବର ପାଇ ଉକ୍ତ ଛକ ରେ ଏକ ଟିମଛକି ବସିଥିବା ବେଳେ ଆସୁଥିବା ଇନୋଭI କାର କୁ ଅଟକାଇ ଯାଞ୍ଜକରିଥିଲେ l ଯାଞ୍ଚ ବେଳେ ଗାଡିରୁ ୨ କୁଇଣ୍ଟାଲ ୬୫ କେଜି ବାହାରିଥିବା ବେଳେ ଗଞ୍ଜେଇ କାର ଜବତ ସହ ମାଫିଆ କୁ କାବୁ କରିଥିଲା ପୋଲିସ l ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଏକକୋଟି ରୁ ଉର୍ଦ୍ଧ୍ବ ହୋଇଥିବା ଜଣ ପଡିଛି l ଗଞ୍ଜେଇ ମାଫିଆ ମଧ୍ୟ୍ୟପ୍ରଦେଶ ର ହରିଶ ଜାତୱର ହୋଇଥିବା ବେଳେ କେସ ନମ୍ବର ୧୩୩ /୨୩ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ମନମୁଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି l