ସ୍ୱରୂପ ପାତ୍ର ହେଲେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି

0
100
ହେଲେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଭାବରେ ସ୍ୱରୂପ ପାତ୍ର ଙ୍କୁ ନିଯୁକ୍ତି ମିଳିଛି ।

ସେ ପୂର୍ବରୁ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ । ଏହି ନିଯୁକ୍ତି ପାଇଁ ସ୍ୱରୂପ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ସ୍ୱରୂପ ଜଣେ ଯୁବ ଦକ୍ଷ ସଙ୍ଗଠକ ଭାବରେ ଜିଲ୍ଲା ତଥା ରାଜ୍ୟରେ ବେଶ ଜଣାଶୁଣା ଥିବା ବେଳେ ଦଳରେ ସଂଗଠନ କୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହିତ ଅଧିକ ରୁ ଅଧିକ ଯୁବକ ମାନଙ୍କୁ ସାମିଲ କରି ସଂଗଠନକୁ ଦୃଢ଼ କରିବି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।