ବସ ଧକ୍କାରେ ଯୁବକ ଗୁରୁତର

0
83
ବସ ଧକ୍କାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୮/୦୫) : ବିଦେଇପୁର ନାୟକାଣୀଡ଼ିହି ରାସ୍ତା ର ମଙ୍ଗଳା ଛକ ନିକଟ ରେ ଆଜି ସକାଳେ ଏକ ବସ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି ।

ବସ ଧକ୍କାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । କ୍ଷତିପୂରଣ ଦେବାକୁ ଦାବିକରି ବିଦେଇପୁର ମଙ୍ଗଳା ଛକ ନିକଟରେ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତାରୋକ କରିଛନ୍ତି । ଗୁରୁତର ଯୁବକ ହେଲେ ବିଦେଇପୁର ଗ୍ରାମ ର ପ୍ରଭଞ୍ଜନ ମହାନ୍ତି ବୋଲି ଜଣା ପଡିଛି । ପ୍ରଭଞ୍ଜନ କୌଣସି କାରଣ ପାଇଁ ବିଦେଇପୁର ଯାଉଥିବା ବେଳେ ମଙ୍ଗଳଛକ ନିକଟ ରେ ଦୁର୍ଘଟଣା ହୋଇଥିଲା । ସ୍ଥାନୀୟ ଲୋକ ପ୍ରଭଞ୍ଜନକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିଥିଲେ । ଗୁରୁତରଙ୍କୁ କ୍ଷତି ପୂରଣ ଦାବିକରି ରାସ୍ତାରୋକ କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ଚଳାଇଛି ।