କାଜୁ ଫିଲ୍ଡକୁ ଯାଇଥିଲା ନାବାଳକ, ଟେକି କଚାଡି ଦେଲା ଦନ୍ତା

0
75
ଦେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୫/୦୬) : ଦନ୍ତା ଆକ୍ରମଣରେ ଚାଲିଗଲା ନାବାଳକଙ୍କର ଜୀବନ । ଢ଼େଙ୍କାନାଳ ଷଡ଼ଙ୍ଗୀ ରେଞ୍ଜରେ ପୁଣି ମାତିଲା ଦନ୍ତା ହାତୀ ।

ହାତୀ ଆକ୍ରମଣରେ ଗନ୍ଦିଆ ଆରୁଂହା ଗ୍ରାମର ୧୪ ବର୍ଷର ନାବାଳକ ମୃତ୍ୟୁ ହୋଇଛି । କାଜୁ ଫିଲ୍ଡକୁ ସାଙ୍ଗ ସହ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ତେବେ ଅନ୍ୟ ଜଣେ ସାଙ୍ଗ ବଞ୍ଚିଯାଇଥିବା ସୂଚନା ମିଳିଛି । ନାବାଳକ ଜଣକ ଛୋଟ ବେଳରୁ ନିଜ ମାମୁ ଘରେ ରହୁଥିଲେ । ଏଖବର ପରେ ଗ୍ରାମରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ଗ୍ରାବାସୀଙ୍କ ଦାବି ଯଥାଶୀଘ୍ର ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଦନ୍ତାକୁ ଘଉଡାଇବାକୁ ଚେଷ୍ଟା କରୁ ।