ଇମ୍ଫା ରେ ୫୧ ତମ ବିଶ୍ଵ ପରିବେଶ ଦିବସ ପାଳିତ

0
97
ଇମ୍ଫା

ରିପୋର୍ଟ : ଗୋପୀନାଥ ଗୌଡ଼
ଥେରୁବାଲି, (୦୫/୦୬) : ରାୟଗଡା ଜିଲ୍ଲାର ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିଷରରେ ୫୧ ତମ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଅଛି ।WhatsApp Image 2023 06 05 at 13.38.44 ଇମ୍ଫା ରେ ୫୧ ତମ ବିଶ୍ଵ ପରିବେଶ ଦିବସ ପାଳିତ

ରାୟଗଡା ସ୍ଥିତ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ପରିଷଦର ସହଯୋଗରେ ଏବଂ ଇମ୍ଫା ର ଉପ ସଭାପତି ଶ୍ରୀ ଆଶିଷ କୁମାର ରାୟ ଙ୍କ ନେତୃତ୍ୱରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାୟଗଡା ପ୍ରଦୁଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ଶ୍ରୀ ରିପୂ କୁମାର ସାହୁ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ସହକାରୀ ଯନ୍ତ୍ରୀ ଶ୍ରୀମାନ ପ୍ରଭୂଦେବ ବେହେରା ଓ ଗୁଣବତା ଅଧିକାରୀ ଶ୍ରୀ ଗୌରୀ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ । ୨୦୨୩ ବିଶ୍ଵ ପରିବେଶ ଦିବସର ମୌଲିକ ବିଷୟ ବସ୍ତୁ ” ଜୈବ ସମାଜ ର ପୁନରୁଦ୍ଧାର ” କୁ ନେଇ ଆୟୋଜିତ ହୋଇଥିବା କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଯୋଗ ଦେଇ, ପ୍ଲାଷ୍ଟିକ ର ବ୍ୟବହାର ଦ୍ଵାରା କିଭଳି ଆମର ଜୀବନ ପ୍ରଣାଳୀ ପ୍ରଭାବିତ ଓ ପ୍ରଦୁଷଣ ହେଉଛି ଓ ତାର ନିରାକରଣ ବିଷୟରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ସଚେତନ କରାଇଥିଲେ । ଇମ୍ଫାର ଉପ ସଭାପତି ଶ୍ରୀ ରୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ “ପ୍ଲାଷ୍ଟିକ ଆମକୁ ମାରିବା ପୂର୍ବରୁ ଆମେ ପ୍ଲାଷ୍ଟିକ କୁ ମାରିବାକୁ ହେବ “ ବୋଲି ମତ ପୋଷଣ କରିଥିଲେ ଲ

ଗତ ଜୁନ୍ ତା ୧ ରିଖରୁ ୫ ଦିନ ବ୍ୟାପି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଇମ୍ଫା ର ସମସ୍ତ କର୍ମଚାରୀ, ଠିକାଦାର କର୍ମଚାରୀ ମାନଙ୍କ ପାଇଁ ବିଭିନ୍ନ ପରିବେଶ ଭିତିକ ସଚେତନତା କାର୍ଯ୍ଯକ୍ରମ ଯଥା- ଜଳ ସଂରକ୍ଷଣ, ବିଦ୍ୟୁତ ଶକ୍ତୀ ସଂରକ୍ଷଣ, ପ୍ଲାଷ୍ଟିକ ର ବ୍ୟବହାର ଓ ପରିବେଶର ସୁରକ୍ଷା ଇତ୍ୟାଦି କରାଯାଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ ମଧ୍ୟ କରାଯାଇ ଉପସ୍ଥିତ ଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଇମ୍ଫା ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଓ ଅତିଥି ଗଣ ଭୂୟସି ପ୍ରଶଂସା କରିଥିଲେ । ଇମ୍ଫା ଦ୍ଵାରା ପରିବେଶର ସୁରକ୍ଷା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦପେଖକୁ ମଧ୍ୟ ପ୍ରଶଂସା କରିଥିଲେ l ଏହି ଦିବସରେ ଉପସ୍ଥିତ ସମସ୍ତ ଅଥିତି ଗଣ ଓ କର୍ମଚାରୀ ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ କାର୍ମିକ ଓ ପ୍ରଶାସନିକ ବିଭଗର ଉପମୁଖ୍ୟ ପ୍ରବନ୍ଧକ ଶ୍ରୀମାନ କଲୋଳ କୁମାର ନାୟକ ସ୍ଵାଗତ ଭାଷଣ ଦେଇଥିଲାବେଳେ କାର୍ଯ୍ୟକ୍ରମକୁ ଯୌଥ ଭାବେ ଇମ୍ଫା ଗୁଣବତ୍ତା ବିଭାଗର ଉପ ମହା ପ୍ରବନ୍ଧକ ଶ୍ରୀ ଦିନେଶ କୁମାର ମହାନ୍ତୀ ସହ ସଂଯୋଜନା କରିଥିଲେ ।