ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବା ବୈଠକ ଅନୁଷ୍ଠିତ

0
70
ସରକାରୀ ଓ ବେସରକାରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୬/୬) : ଆଜି ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବା ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ପଞ୍ଜୀକରଣ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 06 06 at 15.12.09 ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବା ବୈଠକ ଅନୁଷ୍ଠିତ

ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବା ନେଇ ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର ଅଧ୍ୟକ୍ଷତା କରିଥିବା ବେଳେ ରାୟଗଡା ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ ମଙ୍ଗରାଜ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଗୁଣପୁର ପୌରସଂସ୍ଥା ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ଗୁଣପୁର ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ସ୍ବ।ତୀଲଗ୍ନ। ପାତ୍ର ମଞ୍ଚାସିନ ଥିଲେ । ରାୟଗଡା ସଦର ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରଇତ ପ୍ରତ୍ୟେକ ବାଣିଜ୍ୟିକ ଅନୁଷ୍ଠାନ ଅନ ଲାଇନ ମାଧ୍ୟମରେ ନିଜ ନିଜର ଅନୁଷ୍ଠାନକୁ ଶ୍ରମ ବିଭାଗ ଅଧୀନରେ ପଞ୍ଜିକୃତ କରିବା ନିମନ୍ତେ ଅନୁରୋଧ କରିଥିଲେ । ତହସିଲଦାର ସମସ୍ତ ଅନୁଷ୍ଠାନ ଗୁଡିକରେ ଓଡ଼ିଆ ନାମ ଫଳକ ସୁନ୍ଦର ଓ ନିର୍ଭୁଲ ଭାବେ ଲେଖିବା ନିମନ୍ତେ ଅନୁରୋଧ କରିଥିଲେ । ସମାଜସେବୀ ଅକ୍ଷୟ ଦାସ, ଆଇନଜୀବୀ ରମେଶ ଲିମା, ଇନ୍ଦ୍ରକ୍ଷୀ ଦାସ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ଲୋକ ସଚେତନ କରିବା ନିମନ୍ତେ ଅନୁରୋଧ କରିଥିଲେ ।

ଉପ ଜିଲ୍ଲାପାଳ କହିଥିଲେ ଯେ ଉତ୍କଳ ଦିବସ ପୂର୍ବରୁ ପ୍ରଶାସନ ତରଫରୁ ପ୍ରତି ଦୋକାନକୁ ବୁଲି ଓଡ଼ିଆ ନାମ ଫଳକ ଲେଖିବା ନିମନ୍ତେ ଅନୁରୋଧ କରାଯାଇଥିଲା, ତାହା କିଛି ଲେଖା ହୋଇଛି ଓ ଯେଉଁ ମାନେ ଲେଖି ନାହାନ୍ତି ସେମାନଙ୍କୁ ସ୍ୱଳ୍ପ ଦିନର ସୂଚନା ଦେଇ ଆବଶ୍ୟକ ଜରିମାନା କରାଯିବ । ବିଭାଗ ତରଫରୁ ଚଢ଼ାଉ ହେଲେ ପ୍ରଥମ ଥର ପାଇଁ 5000 ଓ ଦୁଇ ରୁ ଅଧିକଥର ହେଲେ ୨୫୦୦୦୦ ପର୍ଯ୍ୟନ୍ତ ଜରିମାନା କରାଯାଇ ପାରିବ । ଆଜିର ଏହି ବୈଠକରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏଲ ସନ୍ତୋଷ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା, ମିଲ ମାଲିକ ସଂଘ ସଭାପତି ଶ୍ରୀଧର, ସମ୍ପାଦକ ପଙ୍କଜ ପାଣିଗ୍ରାହୀ, ଜୁଏଲର ସଂଘ ସଭାପତି, ବଣିକ ସଂଘ, ମୋଟର ଚାଳକ ସଂଘ, ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ମୁଖ୍ୟ ଉପସ୍ଥିତ ଥିଲେ ।