ପୋଲିସ ବେଶରେ ଡକାୟତ ଦଳଙ୍କ ଡକାୟତି

0
120
ପୋଲିସ ବେଶରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୦୯/୦୬) : ପୋଲିସ ବେଶରେ ଡକାୟତ ଦଳଙ୍କ ଡକାୟତି । ଫିରିଙ୍ଗିଆ ପୋଲିସକୁ ବଡ଼ ସଫଳତା । ପୋଲିସ ନାଁ’ରେ ଡକାୟତ କରୁଥିବା ୮ ନକଲି ପୋଲିସ ଗିରଫ

ସେମାନଙ୍କଠାରୁ ୪ଟି ଦେଶୀ ବନ୍ଧୁକ ସହିତ ମାଉଜର, ଗୁଳି, ପୋଲିସ ପୋଷାକ, ୨ଟି ଗାଡ଼ି ଜବତ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ଏକ ନକଲି ପୋଲିସ ଗ୍ୟାଙ୍ଗ୍ । ଫିରିଙ୍ଗିଆ ଥାନା ପାଙ୍ଗା ଉପରସାହି ପଞ୍ଚାୟତର ବାଲିଗଟା ଅଞ୍ଚଳରେ ଗତ ମଙ୍ଗଳବାର ରାତିରେ ନିଜକୁ ପୋଲିସ ବୋଲି ପରିଚୟ ଦେଇ ଗଞ୍ଜେଇ ଧରିବାକୁ ଆସି ଏହି ଗ୍ୟାଙ୍ଗ୍ ଗାଁ’ର ବିଭିନ୍ନ ଘରେ ପଶି ଟଙ୍କା, ପଇସା, ସୁନାଗହଣା ଲୁଟ୍ କରୁଥିଲେ । ଗ୍ରାମବାସୀ ମାନେ ସନ୍ଦେହ କରି ଥାନାକୁ ଫୋନ କରିଥିବା ବେଳେ ଗାଁକୁ ପୋଲିସ ବେଶରେ ଡକାୟତ ଦଳ ଆସିଥିବା ଜାଣି ପାରି ସେମାନଙ୍କୁ କାବୁ କରିବା ବେଳେ ଡକାୟତ ମାନେ ବନ୍ଧୁକ ମାଉଜର ଦେଖାଇ ପାଖ ଜଙ୍ଗଲକୁ ଦୌଡ଼ି ପଳାଇ ଥିଲେ । ୨ ଜଣ ଡକାୟତଙ୍କୁ ଗ୍ରାମବାସୀ ଧରି ପୋଲିସରେ ଜିମା ଦେଇଥିଲେ । ତା ପର ଦିନ ପୋଲିସ ଗାଁ ନିକଟ ଜଙ୍ଗଲରୁ ଆଉ ୬ ଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ନାଁରେ ଜିଲ୍ଲା ସମେତ ଜିଲ୍ଲା ବାହାରେ ମଧ୍ୟ ବିଭିନ୍ନ ଚୋରି ଡକାୟତି ଓ ଅପରାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।