ମୁକ୍ତା ଯୋଜନାର ବଜେଟ ୨୦୨୩-୨୪ର ସମୀକ୍ଷା ନେଇ ଭିଡିଓ କନଫରେନସିଂ

0
124
ନେଇ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୯/୬) : ଗଜପତି ଜିଲ୍ଲା କାଶୀନଗର ଏନଏସିରେ ଥିବା ମୁକ୍ତା ଯୋଜନାର ୨୦୨୩/୨୪ ବଜେଟ ଉପରେ ମୁଖ୍ୟ ସଚିବ ଭି.କେ ପାଣ୍ଡିଆନ୍ ସହ ଭିଡିଓ କନ୍ଫେରନ୍ସ ମାଧ୍ୟମରେ ବୈଠକ ହୋଇଥିଲା ।

ଉକ୍ତ ବୈଠକ କାଶୀନଗର ପଞ୍ଚାୟତ ସମିତି ଭିଡିଓ କନ୍ଫେରନ୍ସ ଗୃହ ଆୟୋଜନ କରାଯାଇଥିଲା। ଉକ୍ତ ବୈଠକର ସରକାରୀ କର୍ମଚାରୀ ଓ ସରକାରୀ କାର୍ଯ୍ୟାଳୟ ସହ ଜଡ଼ିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୁକ୍ତା ଯୋଜନାର ପୋଗ୍ରମ୍ କଡିନେଟର ରାକେଶ ଦାସ । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଏନଏସି ଅଧକ୍ଷା ଏମ୍. ସୁଧାରାଣୀ, ଉପାଧ୍ୟକ୍ଷ ରଘୁରାମ ସାହୁ, ଏନଏସି ନିର୍ବାହୀ ଅଧିକାରୀ ଆଶିଷ ପ୍ରଧାନ, ୱାର୍ଡ କାଉନସିଲର, ଓ ସ୍ୱଚ୍ଛସାଥି କର୍ମଚାରୀ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ।