ବିବାହର ୧୨ ଦିନ ପରେ ନବବଧୂ ହତ୍ୟା ଅଭିଯୋଗ

0
86
ବିବାହର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୧/୦୬) : ବିବାହର ୧୨ ଦିନ ପରେ ନବବଧୂ ହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଞ୍ଚଳରେ ।

ମଙ୍ଗଳପୁର ପଞ୍ଚାୟତ ଖଜୁରୀମାଳ ଗ୍ରମର ଭୀମସେନ ପଣ୍ଡାଙ୍କ ବୋହୁ ମଧୂସ୍ମୀତା ଦାସକୁ ବିବାହର ୧୨ ଦିନ ପରେ ହତ୍ୟା କରାଯାଇଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ମଙ୍ଗଳପୁର ଥାନା ପକ୍ଷରୁ ଆଇଆଇସି ପବିତ୍ର ମହାରଣା ଓ ବିଞ୍ଝାରପୁର ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକଙ୍କ ଉପସ୍ଥିତିରେ ତଦନ୍ତ କରାଯିବା ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିଥିବା ବେଳେ ସ୍ୱାମୀ ବିଶ୍ୱଜିତଙ୍କୁ ପୁଲିସ ଥାନାରେ ଅଟକ ରଖିଛି । ଅଭିଯୋଗ ମୁତାବକ ବିଞ୍ଝାରପୁର ବ୍ଳକ ଅଳକୁଣ୍ଡ ଥାନା ବରିକୂଳ ଗ୍ରାମର ପରେଶ ଚନ୍ଦ୍ର ଦାଶଙ୍କ ଝିଅ ମଧୂସ୍ମୀତାଙ୍କୁ ମଙ୍ଗଳପୁର ଥାନା ଖଜୁରୀମାଳ ଗ୍ରାମର ଭୀମସେନ ପଣ୍ଡାଙ୍କ ପୁଅ ସିପୁ ବୈଦିକରୀତିରେ ଗତ ମେ ୨୮ ତାରିଖରେ ବିବାହ କରିଥିଲେ ।