ସ୍ୱାଭାବିକ ଠାରୁ ଢେର ଅଧିକ ତାତି

0
155
ସ୍ୱାଭାବିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୧/୦୬) : ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଅସହ୍ୟ ହେଉଛି ତାତି । ସକାଳ ୮.୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୨.୮ ଡ଼ିଗ୍ରୀ ରେକର୍ଡ ହୋଇଥିବାବେଳେ ୬୬ % ଆଦ୍ରତା ରେକର୍ଡ ହୋଇଛି ।

ହିଟ୍ ୱେଭ୍ ଏତେ ମାତ୍ରାରେ ରହୁଛି ଯେ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି । ଏହି ସବୁ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ +୮.୮°C, ହୀରାକୁଦ: +୭.୨°C,କେନ୍ଦୁଝର: +୭.୧°C, ବଲାଙ୍ଗୀର:+୬.୯°C ,ଝାରସୁଗୁଡା:+୬.୬°C, ସମ୍ବଲପୁର: +୬.୫°C ରେକର୍ଡ ହୋଇଛି । ସେହିପରି କୋରାପୁଟ: +୬.0°C ,ସୁନ୍ଦରଗଡ: +୫.୯°C, ଟିଟଲାଗଡ:+୫.୫°C ,ଭବାନୀପାଟଣା: +୫.୫°C ହିଟ୍ ୱେଭ୍ ରେକର୍ଡ ହୋଇଛି । ସେପଟେ ଆସନ୍ତା ୧୪ ତାରିଖ ଯାଏଁ ପାଗରେ କୌଣସି ପରିବର୍ତ୍ତନ ନଥିବା ବେଳେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେଣୁ ଆହୁରି ୪ ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି । ୯ ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି । ସେପଟେ ୧୫ ତାରିଖ ପୂର୍ବରୁ ଓଡ଼ିଶା ଛୁଇଁବନି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।