ବୁଦା ଭିତରେ ବ୍ୟାୟାମ ଶାଳା :କତୃପକ୍ଷ ଦୃଷ୍ଟି ଦେବେକି?

0
180
ଦେବେକି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୦୬) : କାଶୀନଗର ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ତରଫରୁ ବିଭିନ୍ନ ଯାଗାରେ ବ୍ୟାୟାମ ଶାଳା ନିର୍ମାଣ କରାଯାଇଛି, ରକ୍ଷଣା ବେକ୍ଷଣ ହେଉନଥିବା ଅଭିଯୋଗ ହୋଇଛି ।

କାଶୀନଗର ଉପକଣ୍ଠ ନୂଆ କାଶୀନଗର ଠାରେ ରୋଡ଼ ପାଖରେ ଏକ ବ୍ୟାୟାମ ଶାଳା ରହିଛି, ସେଠାରେ କସରତ ନିମନ୍ତେ ବିଭିନ୍ନ ଉପକରଣ ଖଞ୍ଜା ଯାଇଛି, ବହୁଲୋକ ପ୍ରାତଃ ଭ୍ରମଣ ପଶିଣ ବହୁ ଲୋକ ସେପଟ ଯାଆନ୍ତି । ହେଲେ ସେହି ବ୍ୟାୟାମ ଶାଳା ଚାରିପଟେ ବୁଦା ଗଛ ସବୁ ରହିଛି, ଯାହା ଫଳରେ ମଶାଙ୍କ ଉପଦ୍ରଵ ଯୋଗୁଁ ବ୍ୟାୟାମ କଲା ବେଳେ ମଶା ମାନେ ଦଂଶନ କରୁଛନ୍ତି ଏଣୁ କତୃପକ୍ଷ ଦୃଷ୍ଟି ଦେଇ ସଫା ସୁତୁରା ରଖିବାକୁ ଜନସାଧାରଣ ଦାବୀ କରିଛନ୍ତି ।