ବାର ଦିନ ରେ ପହଁଚିଲା ଅମଲା ସଂଘ ର ହରତାଳ

0
97
ବାର ଦିନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୩/୦୬) : ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଅମଲା ହରତାଳ ଆଜି ଦୀର୍ଘ ବାର ଦିନ ରେ ପହଞ୍ଚିଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅମଲା ଶୂନ୍ୟ ହୋଇ ପଡିଛି, ଫଳରେ କାର୍ଯ୍ୟାଳୟ ଗୁଡିକର କାର୍ଯ୍ୟାଧାରା ସମ୍ପୂର୍ଣ୍ଣ ଠପ ହୋଇପଡିଛି ।

ବାର ଦିନ ରେ ପହଁଚିଲା ଅମଲା ସଂଘ ର ହରତାଳ । କଣ୍ଟାମାଳ ବ୍ଲକର ତହସିଲ, ବ୍ଲକ, ଗୋଷ୍ଠୀ ଶିକ୍ଷା ବିଭାଗ, ସମ୍ୱନ୍ୱିତ ଶିଶୁ ବିଭାଗ, ଟ୍ରେଜେରୀ, ସବ ରେଜିଷ୍ଟାର ବିଭାଗର ମୋଟ ୨୬ ଜଣ ଅମଲା ହରତାଳ ରେ ସାମିଲ ହୋଇଥିବାରୁ ସାଧାରଣ ଲୋକେ ନାହିଁ ନଥିବା ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳିଛି । କଣ୍ଟାମାଳ ବ୍ଲକ ସମ୍ମୁଖରେ ପ୍ରବଳ ଖରାକୁ ଖାତିର ନକରି ଅମଲା ସଂଘ ତରଫରୁ ଧାରଣା ଦିଆଯାଇ ବିଭିନ୍ନ ସ୍ଲୋଗାନ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା, ଅମଲା ସଂଘର ଧରଣାକୁ ସମର୍ଥନ ଜଣାଇ ରାଜ୍ୟ ବିଜେପି ଯୁବା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର ଧାରଣା ସ୍ଥଳକୁ ଯାଇ ଅମଲା ସଂଘର ଦାବୀ ଗୁଡିକୁ ନିଜ ସମର୍ଥନ ବ୍ୟକ୍ତ କରିଥିଲେ ।