ଝଡବର୍ଷା ପବନରେ କାନ୍ଥ ପଡି ୨ ଶିଶୁ, ଗଛ ପଡି ମହିଳା ମୃତ

0
93
ଝଡବର୍ଷା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୩/୦୬) : ଭୀଷଣରୁ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ଆଡ଼େ ମାଡି ଆସୁଛି ବାତ୍ୟା ‘ବିପର୍ଯ୍ୟୟ’ । ପ୍ରଭାବରେ ଗୁଜରାଟରେ ଆରମ୍ଭ ହେଲାଣି ବାତ୍ୟାର ପ୍ରଭାବ । ଝଡବର୍ଷା ସହ ପବନ ଯୋଗୁଁ କାନ୍ଥ ପଡ଼ି ୨ ଶିଶୁ ଓ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

୨୦ ରୁ ୩୦ ଫୁଟ ଉଚ୍ଚ ଜୁଆର ସହିତ ମୁମ୍ବାଇରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ବାତ୍ୟା ପାଇଁ ଉଭୟ ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳରେ ‘ହାଇ‌ ଆଲର୍ଟ’ ଜାରି ହୋଇଛି । ୧୫ ତାରିଖରେ ଗୁଜରାଟର ସୌରାଷ୍ଟ୍ର-କଚ୍‌ ଏବଂ ପାକିସ୍ତାନ କରାଚୀ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୨୫ ରୁ ୧୩୫ କିଲୋମିଟର ଓ ସ୍ଥଳବିଶେଷରେ ୧୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଝଡବର୍ଷା ପବନରେ କାନ୍ଥ ପଡି ୨ ଶିଶୁ, ଗଛ ପଡି ମହିଳା ମୃତ । ଏହାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁଜୁରାଟର ଅନେକ ବନ୍ଦରକୁ ବନ୍ଦ କରାଯାଇଛି । ବର୍ତ୍ତମାନ ଏନଡିଆରଏଫର ୧୨ଟି ଟିମ୍ ନିୟୋଜିତ ହୋଇଥିବାବେଳେ ଆଉ ୧୫ ଟି ଟିମ୍ ପ୍ରସ୍ତୁତ ଅଛନ୍ତି ।