ଇନ୍ଦ୍ରାପଡା ରାସ୍ତା ଗିଟି ପଥର ବହାରି ଶୋଚନୀୟ ଅବସ୍ଥା ପ୍ରଶାସନଙ୍କ ନଜର ନାହଁ

0
91
ଇନ୍ଦ୍ରାପଡା

ରିପୋର୍ଟ : ନରୋତ୍ତମ ପାଢୀ
ମୁନିଗୁଡ଼ା, ( ୧୩/୬) : ରାୟଗଡା ଜିଲ୍ଲାର ମୁନିଗୁଡା ଇନ୍ଦ୍ରାପଡା ସ୍ଥିତ ମୁନିଗଡା ଗୋର୍ବଦନ ମୁଖ୍ଯ ରାସ୍ତା ଠାରୁ ଦୁଇ ଶହ ମିଟର ପର୍ଯ୍ୟନ୍ତ ପଥର ଗୁଡି ବହାରି ରାସ୍ତା ଅବରୋଧ ହୋଇଅଛି ।

ଯେହେତୁ ମୁନିଗଡାର ବ୍ଲକର ଏକ ନମ୍ବର ଔଡ ଇନ୍ଦ୍ରାପଡା କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଏହି ରାସ୍ତା ବହୁ ଶୋଚନୀୟ ଅବସ୍ଥା ରହିଛି । ଏହି ରାସ୍ତା ପାଇଁ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ଯ କାମ ରଖିବା କହି ବୁଆଁ ବୁଲାଇ ଦେଉଛନ୍ତି କିନ୍ତୁ ଆପ୍ରୁଭାଲୁ ନାହଁ ମଧ୍ଯ କହୁଛନ୍ତି । ତେବେ ଇନ୍ଦ୍ରାପଡା ସାହିକି କେବେ ଭଲ ରାସ୍ତାଟିଏ ହେବ ତାହା ଦେଖିବାକୁ ବାକି ରହିଲା । ଏଣୁ ଇନ୍ଦ୍ରପଡା ସାହିକୁ ଏକ ନମ୍ବର କହୁଥିବା ହେତୁ ଏକ ନମ୍ବର ହିସାବରେ ଏଟି କାମ ହେଉ ନାହଁ କିନ୍ତୁ ଏହା ଇନ୍ଦ୍ରପଡା ପାଇଁ ଦୁଃଖ ବିଷୟ ପାଲିଟିଛି । ତେବେ ଏକ ନମ୍ବର କହୁଥିବା ଇନ୍ଦ୍ରପଡା ସାହି ତ୍ରୀସ୍ତରୀୟ ଇଲେକ୍ସନ ସରି ଆସିଲାଣି କନ୍ତୁ ଏ ପଯର୍ଯନ୍ତ ଏହି ସାହିକୁ ଦୂଷ୍ଟି ଗୋଚର ଦେଉନାହଁନ୍ତି ପ୍ରଶାସନ । ସରକାରୀ ପ୍ରାଥମିକ ବିଦ୍ୟାଳୟର ସମ୍ମୁଖୀନ ଠାରେ ଏକ ବରୋଭଲି ନଳ କୂପ ରହି ସେଠାରେ ଗାଦୁଅ ପାଣି ରାସ୍ତା ଉପରେ ପ୍ରଭାବିତ ହୋଇ ଖାଦୁଓ ଖୋଚଡା ହୋଇଥିବା ଯୋଗୁଁ ଯିବା ଆସିବାର ସମ୍ମୁଖୀନ ହେଉଛନ୍ତି ଇନ୍ଦ୍ରପଡା ବାସିନ୍ଦା । ଯେହେତୁ ୨୦୨୪ ଇଲେକ୍ସନ ଆସି ଯାଉଛି କିନ୍ତୁ ପ୍ରଶାସନ ନିଦ ଭାଙ୍ଗୁ ନାହଁ । କେବେ ଇନ୍ଦ୍ରପଡା ରାସ୍ତା ମରାମତିର ନିର୍ମାଣ ହେବ ତାହା ହଁ ପ୍ରଶାସନ ଜାଣିବା ଉଚିତ ।

ଏହି ଇନ୍ଦ୍ରପଡା ରାସ୍ତାରେ ଦିନକୁ ଶହ ଶହ ଲୋକ ଯିବା ଆସିବାର କରିଥାନ୍ତି ରାତ୍ର ସମୟରେ ଅନ୍ଧାର ଆସୁଥିବା ବେଲେ ଲୋକ ମାନେ ଝୁଣ୍ଟି ପଡ଼ିବ ସହ ବାଇକ୍ ଦୁର୍ଘଟଣାର ମଧ୍ଯ ହୋଇଥାଏ । ପ୍ରାଥମିକ ସ୍କୁଲ ସମ୍ମାନ ଠାରେ ଏକ ଷ୍ଟିଟ୍ ଲାଇଟ୍ ମଧ୍ଯ ଆବଶ୍ୟକ ରହିଛି ପ୍ରଶାସନ ଏତି ପ୍ରତି ଗୁରୁତ୍ବ ଦେବେ ତାହା ଇନ୍ଦ୍ରପଡା ବାସିନ୍ଦାଙ୍କ ଉପକୃତ ହେବେ । ଏହି ଇନ୍ଦ୍ରପଡା ସାହିକୁ ସିସିରାସ୍ତା ଓ ଡ୍ରେନ୍ ସମସ୍ଯା ରହିଛି ତୁରନ୍ତ ପ୍ରଶାସନ ପଦେକ୍ଷପ ନେଲେ ଭଲ ହୁଆନ୍ତା । ଦୀର୍ଘ ଦିନ ତଳେ ଏହି ସିସି ରାସ୍ତା ନିର୍ମାଣ ହୋଇଥିଲା ବର୍ତ୍ତମାନ ସିସି ରାସ୍ତା ଉଠି ପଥର ପାଳିଟିଛି । ଦେଖାଯାଉ ପ୍ରଶାସନ କେବେ ଇନ୍ଦ୍ରପଡା ଦୃଷ୍ଟି ଦେବେ ତାହା ଦେଖିବାକୁ ବାକି ରହିଲା ।