ଦୋହଲିଲା ଗୁଜରାଟ, ବାତ୍ୟା ପୂର୍ବରୁ ଭୂକମ୍ପ ଝଟକା

1
130
ଦୋହଲିଲା ଗୁଜରାଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୫/୦୬) : ଅଶାନ୍ତ ଗୁଜରାଟ ଉପକୂଳର ସମୁଦ୍ର । ବଡ଼ ବଡ଼ ଲହଡ଼ି ସାଙ୍ଗକୁ ବହୁଛି ତୀବ୍ର ବେଗରେ ପବନ । ଦୋହଲିଲା ଗୁଜରାଟ, ବାତ୍ୟା ପୂର୍ବରୁ ଭୂକମ୍ପ ଝଟକା । ତା’ ସାଙ୍ଗକୁ ମଝିରେ ମଝିରେ ବର୍ଷାର ତାଣ୍ଡବ ।

ସମୟ ବିତିବା ସହ ସମୁଦ୍ର ଅଧିକ ଭୟଙ୍କର ରୂପ ଧାରଣା କରିବାରେ ଲାଗିଛି । ଗୁଜାରଟ ଆଡକୁ କ୍ଷାପ୍ର ବେଗରେ ମାଡ଼ି ଆସୁଛି ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ । ୧୫ ଜୁନ୍ ସନ୍ଧ୍ୟା ସମୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଏହି ସମୟରେ ଭିତରେ ଆଜି କଚ୍ଛରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅବଶ୍ୟ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଛି । କିନ୍ତୁ ବାତ୍ୟା ପୂର୍ବରୁ ଏପରି ଝଟକା ସମସ୍ତଙ୍କୁ ଆତଙ୍କିତ କରିଛି । ଗାନ୍ଧିନଗରରେ ଥିବା ଇନଷ୍ଟିଚ୍ୟୁଟ ଅଫ ସେଇସମୋଲୋଜିକାଲ ରିସର୍ଚ୍ଚର ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛ ଜିଲ୍ଲାର ଭାଚାଉ ଠାରୁ ୫ କିମି ଦୂର । ଭୂକମ୍ପ ଝଟକା ଅପରାହ୍ନ ୫.୦୫ରେ ଅନୁଭୂତ ହୋଇଛି । ଭୂକମ୍ପ ରେ ଦୋହଲିଲା ଗୁଜରାଟ । ଏହାର ତୀବ୍ରତା ୩.୫ ଥିବାରୁ ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

1 COMMENT

Comments are closed.