ନୂତନ ପେନ୍ସନ ଯୋଜନା ଉଚ୍ଛେଦ ଓ ପୁରୁଣା ପେନ୍ସନ ଯୋଜନା ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ

0
83
ନୂତନ ପେନ୍ସନ

ରିପୋର୍ଟ : ନରୋତ୍ତମ ପାଢୀ
ବିଷମ କଟକ, (୧୫/୬) : ଉତ୍ତରପ୍ରଦେଶର ଆଗ୍ରା ଠାରେ ନୂତନ ପେନ୍ସନ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ପୁନଃ ପ୍ରଚଳନ ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ବନ୍ଧୁଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

ଓଡ଼ିଶା ରାଜ୍ୟ ଏକ୍ସ-କ୍ୟାଡର ଶିକ୍ଷକ ସଂଘର ରାଜ୍ୟ କୋଷାଧ୍ୟକ୍ଷ ତଥା ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ମିଶ୍ର, ଯିଏ ରାୟଗଡ଼ା ଜିଲ୍ଲା ମୁନିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ଅମ୍ବାଦଳା ଗ୍ରାମ ର ଅଟନ୍ତି । ନୂତନ ପେନ୍ସନ ଯୋଜନା ଉଚ୍ଛେଦ ଓ ପୁରୁଣା ପେନ୍ସନ ଯୋଜନା ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ । ଏହି ଅବସରରେ ଓଡ଼ିଶା ରାଜା ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡ଼ର ଶିକ୍ଷକ ସଂଘ ରାଜ୍ୟ କୋଷାଧ୍ୟକ୍ଷ ତଥା ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ମିଶ୍ର ଯୋଗ ଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କ ସହ ଆଲୋଚନା କରି ଏହି ଆନ୍ଦୋଳନକୁ ତିବ୍ର କରିବା ପାଇଁ ଓଡ଼ିଶା ଶାଖା ଶିକ୍ଷକ ବନ୍ଧୁ ମାନେ ସମ୍ପୂର୍ଣ ସମର୍ଥନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନ ରେ ଶ୍ରୀ ବନ୍ଧୁ ଙ୍କୁ ଓଡ଼ିଶା ଗସ୍ତରେ ଆସିବାକୁ ନିବେଦନ କରିଛନ୍ତି । ଏହି ଭଳି ଏକ ରାଷ୍ଟ୍ରୀୟ ଆନ୍ଦୋଳନରେ ଯୋଗ ଦେଇ ଶ୍ରୀ ମିଶ୍ର ଅମ୍ବାଦଳା ଭଳି ଏକ ଉପାନ୍ତ ଅଞ୍ଚଳର ସୁନାମ ଓ ଟେକ ରଖିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।