ନୂତନ ଜିଲ୍ଲା ସଭାପତିଙ୍କ ସମ୍ବର୍ଦ୍ଧନାରେ ଜନ ସମୁଦ୍ର ପାଲଟିଲା ଜୟପୁର ସହର

0
200
ନୂତନ ଜିଲ୍ଲା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୮/୬) : କୋରାପୁଟ ଜିଲ୍ଲା ଜୟପୁର ସହରରେ ଆଜି ନୂତନ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ଶଙ୍କର ସାହୁଙ୍କୁ କଂଗ୍ରେସର ସକ୍ରିୟ ନେତା ଓ କର୍ମୀ ମାନଙ୍କ ଦ୍ଵାରା ସମ୍ପର୍ଦ୍ଧିତ କରାଯାଇଛି ।WhatsApp Image 2023 06 18 at 21.27.11 ନୂତନ ଜିଲ୍ଲା ସଭାପତିଙ୍କ ସମ୍ବର୍ଦ୍ଧନାରେ ଜନ ସମୁଦ୍ର ପାଲଟିଲା ଜୟପୁର ସହର

ନୂତନ ଜିଲ୍ଲା ସଭାପତିଙ୍କ ସମ୍ବର୍ଦ୍ଧନା ଅବସରରେ ଏକ ବିରାଟ ଶୋଭାଯାତ୍ରା ବାଡିଣିପୁଟ ଠାରୁ ବାହାରି ଜୟନଗର ସ୍ଥିତ ଲେକ ପାଲେସ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଦଳର ସଂଗଠନ ମଜବୁତ କରିବା, ପ୍ରତି ବ୍ଲକ୍ ଓ ମୁନିସିପାଲିଟିରେ ଜିଲ୍ଲାସ୍ତରୀୟ ବୈଠକ ଆୟୋଜିତ କରିବା, ତଥା ସମସ୍ତ କର୍ମୀ, ବିଧାୟକ, ସାଂସଦଙ୍କ ସମେତ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲାର ନେତୃବର୍ଗଙ୍କ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା ପୂର୍ବକ ଆଗାମୀ ସାଧାରଣ ନିର୍ବାଚନ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରିବାକୁ ମଞ୍ଚସ୍ଥ ନେତାମାନେ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା, ପୂର୍ବତନ ବିଧାୟକ ନିମାଇଁ ଚରଣ ସରକାର, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ବୀରେନ ମୋହନ ପଟ୍ଟନାୟକ, ଅଜିତ ସାହୁ, ଦେବୀପ୍ରସାଦ ନାୟକ, ଅଜିତ ସାମନ୍ତରାୟ, ଟୁନା ପଟ୍ଟନାୟକ, ରାମ ପ୍ରସାଦ ପାଢୀ, ଅର୍ଜୁନ ବାଙ୍କ, ଚଞ୍ଚଳ କୁମାର ଗୁଜରାଲଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ମୁନିସିପାଲିଟି, କୋଟପାଡ, କୁନ୍ଦ୍ରା, ବୋରିଗୁମ୍ମା, ଜୟପୁର, ପଟ୍ଟାଙ୍ଗି, ବୈପାରୀଗୁଡ଼ା, ନନ୍ଦପୁର, ଲକ୍ଷ୍ମୀପୁର ଇତ୍ୟାଦି ଅଞ୍ଚଳରୁ ୫ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।