ବିଜୟ ପଟ୍ଟନାୟକ ଙ୍କ ଘନ ଘନ ଗଜପତି ଗସ୍ତ କଂଗ୍ରେସ ଶିବିର ଚଳ ଚଞ୍ଚଳ

0
116
ବିଜୟ ପଟ୍ଟନାୟକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୦୬) : କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଙ୍କ ଘନ ଘନ ଗଜପତି ଗସ୍ତ କୁ ନେଇ କଂଗ୍ରେସ ଶିବିର ଚଳ ଚଞ୍ଚଳ ହୋଇ ଉଠିଛି ।

ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ଗଜପତି ଗସ୍ତ ଚୂଡାନ୍ତ ହୋଇଛି ସେ ଆସନ୍ତା କାଲି ପାରଳାଖେମୁଣ୍ଡି ର ପ୍ରସିଦ୍ଧ ରଥ ଯାତ୍ରା ରେ ଯୋଗ ଦେଇ କଂଗ୍ରେସ ର ସ୍ଥିତି ଓ ରଣ ନିତୀ ସମ୍ପର୍କରେ ଦଳୀୟ କର୍ମୀ ଙ୍କୁ ଗୁରୁ ମନ୍ତ୍ର ଦେବେ । କାଶୀନଗର ବ୍ଲକ, ଗୋଶାଣୀ, ଗୁମ୍ମା, ଓ ପାରଳାଖେମୁଣ୍ଡି ରେ ଦଳୀୟ କର୍ମୀ ଙ୍କ ସହ ଆଲୋଚନା କରିବେ ବୋଲି କାର୍ଯ୍ୟ ସୂଚୀ ରହିଛି,। ପାରଳାଖେମୁଣ୍ଡି ସର୍କିଟ ହାଉସ ରେ ସେ ରହିବେ ଘୋଷଯାତ୍ରା ଓ ପହଣ୍ଡିରେ ଯୋଗ ଦେବେ ବୋଲି ଜିଲ୍ଲା ଉପ ସଭାପତି ବସନ୍ତ ପଣ୍ଡା କହିଛନ୍ତି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ଦଳ ର ପ୍ରାର୍ଥୀ କିଏ ହେବ ବୋଲି ବର୍ତମାନ ଚର୍ଚା ଯୋର ଧରିଛି, ସେପଟ ବିଜେପି ଓ ଶାସକ ଦଳ ବିଜେଡି ରେ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଅଙ୍କ କଷା ଚାଲିଛି । ଏଣୁ ୨୦୨୪ ନିର୍ବାଚନ ରେ କଂଗ୍ରେସ ଫାଇଦା ମରିବ ବୋଲିଆଶା କରୁଛି । ବିଜୟ ଙ୍କ ଗସ୍ତ ନେଇ ଉଭୟ ଦଳ ର ନେତା ଙ୍କ ହୃଦ ସ୍ପନ୍ଦନ ବଢ଼ି ଯାଇଛି, ଆଗାମୀ ଦିନ କହିବ କିଏ ବାଜିମାତ ମାରିବ ?