ଗୋରୁ ବୋଝେଇ ଗାଡି ଜବତ

0
87
ଗୋରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୯/୦୬) : ଜମନକିରା ଗୁରୁଜୀପାଲି ନିକଟ ରେ ଗୋରୁ ବୋଝେଇ ଗାଡି ଜବତ ହୋଇଛି ।

ଜମନକିରା ଗୁରୁଜୀପାଲି ରୁ ପଶ୍ଚିମବଙ୍ଗ କୁ ଟ୍ରକ ରେ ଗୋରୁ ଚାଲାଣ ହେଉଥିବା ବେଳେ ମାଡିବସିଲେ ବଜରଙ୍ଗ ଦଳର କର୍ମୀ । କୁଚିଣ୍ଡା ବଜରଙ୍ଗ ଦଳ ର କର୍ମକର୍ତ୍ତା ଘଟଣା ସ୍ଥଳକୁ ଯାଇ ଗାଡିଟିକୁ ଅଟକାଇଥିଲେ । ତେବେ ଗୋ-ମାଫିଆ ମାନେ ଖଣ୍ଡା ରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଟ୍ରକ ଟି ପଶ୍ଚିମବଙ୍ଗ କୁ ଗୋ-ଚାଲାଣ ହେଉଥିବା ଜଣାପଡ଼ିଛି । ଟ୍ରକ ରୁ ୩୦ ରୁ ଅଧିକ ଗୋରୁଉଦ୍ଧାର ହୋଇଛି । ବାରମ୍ୱାର ତନାଘନା ପରେ ବି ଏଭଳି ଘଟଣା ସାମ୍ନାକୁ ଆସୁଛି । ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ଦୁର୍ବୃତ୍ତ ମାନେ ସତର୍କ ହେବେ । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।