ରାସ୍ତା କଡରେ ଯୁବକଙ୍କ ମୃତ ଦେହ ଠାବ, ହତ୍ୟା ସନ୍ଦେହ : ମୃତ୍ୟୁ ର କାରଣ ଅସ୍ପଷ୍ଟ

0
285

ରିପୋର୍ଟ : ରାକେଶ ମହାରଣା //
କୋଦଳା, (୨୮/୦୮) : ଆସିକା ଥାନା କୋଟିନଡା ଫାଣ୍ଡି ଧୋବାଡି ଗ୍ରାମ ର ରାସ୍ତା କଡରେ ଥିବା ଏକ ଘର ର ବାରଣ୍ଡାରେ ଏକ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା ।

ଫଳରେ ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ କୋଟିନଡା ପୋଲିସ ଫାଣ୍ଡି କୁ ଖବର ଦେଇଥିଲେ । ମୃତକ ଙ୍କ ପରିଚୟ ମିଳିଛି, ମୃତକ ଜଣକ ହେଲେ ମାଗୁରା ଗ୍ରାମ ର କିଶୋର ସାହୁ ଙ୍କ ପୁଅ କାଳିଆ ସାହୁ ବୟସ ୩୨ । ସେ ଗତ କାଲି ରାତିରୁ ଘରେ ନ ଥିଲେ । ରାସ୍ତା କଡରେ ଯୁବକ ଙ୍କ ମୃତ ଦେହ ଠାବ | ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଜାରି ରଖିଛି । ହେଲେ ଏ ଯାବତ ମୃତ୍ୟୁ ର କାରଣ ସ୍ୱଷ୍ଟ ଜଣା ପଡ଼ିନାହିଁ ।