ମହାପ୍ରଭୁଙ୍କ ତଲାରି ଯାତ୍ରା ବା ଘୋଷଯାତ୍ରା ଅନୁଷ୍ଠିତ

0
94
ମହାପ୍ରଭୁଙ୍କ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୬) : ଆଜି ରଥଯାତ୍ରା । ଠାକୁର ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ଏବର୍ଷ ବଡ ଜାକଜମକରେ ଅନୁଷ୍ଠିତ ହେଉଛି ।WhatsApp Image 2023 06 20 at 18.33.50 1 ମହାପ୍ରଭୁଙ୍କ ତଲାରି ଯାତ୍ରା ବା ଘୋଷଯାତ୍ରା ଅନୁଷ୍ଠିତ

ରତ୍ନ ସିଂହାସନ ଛାଡି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନିଜ ନାରକୀୟ ଲିଳା କରିବାକୁ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗୁଣପୁର ବଡ଼ଦାଣ୍ଡ ଆଜି ଉତ୍ସବ ମୁଖର । ଠିକ୍ ସମୟରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସମାପ୍ତ ହେବାପରେ ପଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହୋଇଥିଲା । ଗୁଣପୁର ର ରଥଯାତ୍ରାର ଏକ ସ୍ବତନ୍ତ୍ରତା ରହିଛି , ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା କୁ ଏଠାରେ ତଲାରି ଯାତ୍ରା କୁହାଯାଏ । ଏଠାରେ ଦୁଇଟି ରଥ ନିର୍ମାଣ ହୋଇଛି ଓ ଦୁଇ ରଥରେ ଛଅ ଠାକୁର ଘୋଷଯାତ୍ରା ରେ ବାହାରିଛନ୍ତି । ଏବର୍ଷ ଗୁଣପୁର ବଡ଼ଦାଣ୍ଡ କୁ ଶ୍ରୀକ୍ଷେତ୍ର ପୁରୀ ଢାଞ୍ଚାରେ ରଙ୍ଗ ବେରଙ୍ଗର ଝୋଟି ଚିତା ଦ୍ଵାରା ସୁସଜ୍ଜିତ କରାଯାଇଛି । ନୂତନ ଭାବେ ଏବର୍ଷ ଘଣ୍ଟ ଘଣ୍ଟା ବଜାଇ ପ୍ରଭୁଙ୍କ ମନ ମୋହିଵା ପାଇଁ ସେବାୟତ ମାନେ ପ୍ରଶିକ୍ଷଣ ନେଇଛନ୍ତି ।

ମହିଳା ମାନେ ସ୍ବତନ୍ତ୍ର ଭାବେ ଏକ ରଥ ଟାଣିବା ପରମ୍ପରା ଏହି ଘୋଷଯାତ୍ରା ର ସ୍ବତନ୍ତ୍ରତା ବହନ କରେ । ଆଦିବାସୀ ସଂସ୍କୃତିର ଛାପ ସହ ପାରମ୍ପରିକ ନୀତିକାନ୍ତି ଏଠାକାର ରଥଯାତ୍ରାର ପ୍ରମୁଖ ଆକର୍ଷଣ । ଏଠାରେ ଦୁଇଟି ରଥ ଲାଗି ଦୁଇଗୋଟି ଗୁଣ୍ଡିଚା ମନ୍ଦିର ରହିଛି । ଗୁଣପୁର ଜଗନ୍ନାଥ ମନ୍ଦିର ଐତିହ ୪୦୦ ବର୍ଷ ପୂରୁଣା । କିନ୍ତୁ ଏଠାରେ ୧୫୦ ବର୍ଷ ହେଲା ରଥଯାତ୍ରା ହେଉଥିବାର ଜନଶୃତିରୁ ଜଣାଯାଏ । ବର୍ଷ ବର୍ଷ ଧରି ଦୁଇ ରଥକୁ ପୁରୁଷ ମାନେ ଟାଣୁଥିଲେ । କିନ୍ତୁ ୨୦୦୬ ମସିହାରୁ ଏହି ନିୟମକୁ ବଦଳାଇ ସାନ ରଥକୁ କେବଳ ମହିଳାମାନେ ଟାଣୁଛନ୍ତି । ରାଜା ଶାସନ କାଳରୁ ଜୟପୁର ମହାରାଜା ବିକ୍ରମ ଦେବଙ୍କ ପରିଚାଳନା ରେ ତାଙ୍କ ଗୁମାସ୍ତାଙ୍କ ତତ୍ବାବଧାନରେ ଦୁଇ ରଥ ନିର୍ମାଣ ସହ ଯାତ୍ରା ପରିଚାଳନା ହେଉଥିଲା । ଏବେ ଏହି ପରିଚାଳନା ଦାୟିତ୍ଵ ଦେବୋତ୍ତର ବିଭାଗ ହାତରେ ରହିଛି ।

ଏହି ଯାତ୍ରାରେ ଆଦିବାସୀଙ୍କ ସମେତ ବିଭିନ୍ନ ଧର୍ମାବଲମ୍ବୀଙ୍କ ମିଳନ ଦେଖିବାକୁ ମିଳିଥାଏ । ଏବର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପୋଲିସ ବାହିନୀ, ପ୍ରଶାସନ, ଅଗ୍ନିଶମ ବିଭାଗ, ମେଡିକାଲ କର୍ମଚାରୀ, ଏନ୍ ସି ସି କ୍ୟାଡେଟ, ଆଦିତ୍ୟ ବାହିନୀ, ଦେବୋତ୍ତର ବିଭାଗ ସହ ବହୁ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ କରିଥିଲେ । ଘୋଷଯାତ୍ରା କିପରି ଶାନ୍ତି ଶୃଙ୍ଖଳା ସହକାରେ ପାଳନ ହେବ ସେଥିପ୍ରତି ଏସ ଡି ପି ଓ ସୁଶାନ୍ତ କୁମାର ତାଉଡ଼ିଆ, ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ତହସିଲଦାର ଶରତ ଚନ୍ଦ୍ର ନାୟକ, ଆଇଆଇସି ଶ୍ରୀ ଜାନୀ, ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତିକ୍ଷ୍ନ ଦୃଷ୍ଟି ରଖିଛନ୍ତି ।