ରାଇକିଆ ରେ ବହୁ ଧୁମ୍ ଧାମରେ ପାଳନ ହେଲା ରଥଯାତ୍ରା

0
83
ହେଲା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୦/୦୬) : କନ୍ଧମାଳ ଜିଲ୍ଲା ରାଇକିଆ ର ପ୍ରସିଦ୍ଧ ରଥଯାତ୍ରା ବହୁଧୁମ୍ ଧାମ ରେ ସମ୍ପନ୍ନ ହୋଇଯାଇଛି ।

ସକାଳୁ ବିଡ଼ିଓ ଶରତ ପାତ୍ର ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ । ଅପରାହ୍ନ ତିନିଟା ବେଳେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା । ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ । ବିଡିଓ ଙ୍କ ଦ୍ବାରା ଛେରା ପହଁରା କରାଯିବା ପରେ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା l ଅପରାହ୍ନ ପାଞ୍ଚଟାରେ ରଥଟଣା ଆରମ୍ଭ ହୋଇଥିଲା ।