ଡଃ ଅଭିଷେକ ମିଶ୍ର ଙ୍କ ସ୍ମୃତି ସଭା ଓ ଟ୍ରଷ୍ଟ ପ୍ରତିଷ୍ଠା ଉତ୍ସବ ପାଳିତ

0
93
ଡଃ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୬) : ସୋନପୁର ପ୍ରତୀକ କଲ୍ୟାଣ ମଣ୍ଡପ ଠାରେ ଡଃ ଅଭିଷେକ ମିଶ୍ର ଙ୍କ ଜନ୍ମ ଦିନ ଉପଲକ୍ଷେ ଡଃ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆଜି ସ୍ମୃତି ସଭା ସହିତ ଏକ ଟ୍ରଷ୍ଟ ପ୍ରତିଷ୍ଠା ର ଶୁଭାରମ୍ଭ କରାଯାଇଥିଲା l

ପ୍ରଫେସର କେଦାର ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ଆଇନ ବିଭାଗ ପ୍ରଫେସର ଡ଼. ସୁକାନ୍ତ କୁମାର ନନ୍ଦ, ମୁଖ୍ୟ ବକ୍ତା ଦେବାଶିଷ ପଧାନ, ଟ୍ରଷ୍ଟ ସମ୍ପାଦକ ଗୌରୀଶ୍ୟାମ ପଣ୍ଡା, ଯୋଗ ଦେଇ ଡଃ ଶ୍ରୀ ମିଶ୍ର ଙ୍କ ୩୨ ବର୍ଷ ବୟସ ରେ ଡକ୍ଟରେଟ ଏବଂ ଭୁବନେଶ୍ୱର ସ୍ଥିତ ନବ କୃଷ୍ଣ ଚୌଧୀରି ଗବେଷଣାl କେନ୍ଦ୍ର ରେ ପୋଷ୍ଟ ଡକ୍ଟରେଟ କରୁଥିବା ବିଷୟ ଓ ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ସ୍ମୃତି ଚାରଣ କରିଥିଲେ l ବର୍ତମାନ କାର୍ଯ୍ୟକ୍ଷମ ଥିବା ଭାରତ ଓ ଓଡିଶା ସରକାର ଙ୍କ ମିଲେଟ ମିଶନ ରେ ସୋନପୁର ର √ ଡଃ ଅଭିଷେକ ମିଶ୍ର ଙ୍କ ଉଲ୍ଲେଖନୀୟ ଅବଦାନ ଓ ପ୍ରଭାବ ଥିବା ବିଷୟ ଅତିଥି ମାନେ ମତ ରଖିଥିଲେ l ଏବଂ ଡଃ ମିଶ୍ର ଙ୍କ ଗବେଷଣା କୁ ୬୯ ଗୋଟି ଦେଶ ଗ୍ରହଣ କରିଥିବା ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନ ରେ ଏହି ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ମାନ ଓ ଉତ୍ସାହ କରାଯିବ ବୋଲି ଟ୍ରଷ୍ଟ ସଂଯୋଜକ ପ୍ରଦୀପ ପୁରୋହିତଙ୍କ ଠାରୁ ସୂଚନା ମିଳିଛି l କାର୍ଯ୍ୟକ୍ରମ ରେ ସ୍ବର୍ଗତ ମିଶ୍ର ଙ୍କ ପିତା ଆଇନଜୀବୀ ରାଜକିଶୋର ମିଶ୍ର, ବଡ଼ ଭାଇ ହାଇକୋର୍ଟ ଆଇନଜୀବୀ ଅଭିଳାଷ ମିଶ୍ର, ଆତ୍ମୀୟ ସ୍ୱଜନ ଓ ସହର ର ବହୁ ବୁଦ୍ଧିଜୀବୀ, ଆଇନଜୀବୀ ଯୋଗ ଦେଇଥିଲେ l